Daily Archives

January 9, 2021

ଶେଷରେ ମାନିଲା ପାକିସ୍ତାନ । ବାଲାକୋଟ ଏୟାରଷ୍ଟ୍ରାଇକରେ ଯାଇଥିଲା ୩୦୦ ଆତଙ୍କବାଦୀଙ୍କ ଜୀବନ ।

କନକ ବ୍ୟୁରୋ : ଫେବ୍ରୁଆରି ୨୬,୨୦୧୯ରେ ଭାରତ କରିଥିବା ଏୟାରଷ୍ଟ୍ରାଇକରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। ପୂର୍ବରୁ ଏହି କଥାକୁ ଅସ୍ୱୀକାର କରୁଥିବା ପାକିସ୍ତାନ ଏବେ ଏହାକୁ ସ୍ୱୀକାର କରିଛି। ପାକିସ୍ତାନର କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା…

ବିମାନ ଭିତରେ ସଫା କଲା ରୋବଟ । ଏୟାର ଏଣ୍ଡିଆ ଏକ୍ସପ୍ରେସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି ବ୍ୟବସ୍ଥା ।

କନକ ବ୍ୟୁରୋ : ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି । ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ…

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ରାଜନୀତି । ବିଜେପିର ମୁଠି ଚାଉଳ ଅଭିଯାନର ଆରମ୍ଭ କଲେ ଜେପି ନଡ୍ଡା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମମତାଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ବିଜେପିର ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନର ଶୁଭାରମ୍ଭ…

୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ସୁରକ୍ଷା ବଳୟରେ ରହିବ କରୋନା ଟିକା ।

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ମୋଦି ସରକାରଙ୍କ ବଡ ଘୋଷଣା । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଉଛି । ପ୍ରଥମ ଦଫାରେ ସରକାର ତାଲିକା…

ଟ୍ରମ୍ପଙ୍କଠାରୁ ଆମେରିକାକୁ ରହିଛି ବଡ଼ ବିପଦ ।  ପରମାଣୁ ବୋମାର ବଟନ୍ ଛଡ଼ାଇ ଆଣିବାକୁ ଡେମୋକ୍ରାଟଙ୍କ ଦାବି । 

କନକ ବ୍ୟୁରୋ : ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ହ୍ୱାଇଟ ହାଉସରୁ ବିଦା କରିବାକୁ ଚାହୁଁଛନ୍ତି ଡେମୋକ୍ରାଟ୍ । ଏଥିସହ ବିଦାୟୀ ରାଷ୍ଟ୍ରପତିଙ୍କ ନିକଟରେ ଥିବା ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଅଧିକାରକୁ ଛଡାଇ ଆଣିବା…

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା । ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି । ଦଶମ…