ଘର ଘର ବୁଲି ମସଲା ବାଟିଲେ ଅପରାଜିତା । ସେପଟେ ଅଟୋ ଚଳାଇ ଲୋକଙ୍କୁ ଭୋଟ ଅପିଲ କଲେ ମନ୍ମଥ ରାଉତରାୟ ।

884

କନକ ବ୍ୟୁରୋ: ଜମୁଛି ପ୍ରଚାର ମଇଦାନ । ଭୋଟରଙ୍କୁ ମତେଇବା ପାଇଁ ନାନା ଉପାୟ ଆପଣାଉଛନ୍ତି ନେତା । ଲୋକଙ୍କ ପାଖରେ ପହଁଚି ଭୋଟ ଭିକ୍ଷା କରୁଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଏବେ ପ୍ରଚାର ମଇଦାନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏକ ରୋଚକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଘର ଘର ବୁଲି ପ୍ରଚାର କରିବା ସହ ଶିଳରେ ମସଲା ବାଟିବାର ନଜର ଆସିଛନ୍ତି ଅପରାଜିତା । ଜଣେ ମହିଳା ମସଲା ବାଟୁଥିବାବେଳେ ସେଠାରେ ପହଁଚିଥିଲେ ବିଜେପି ସାଂସଦ ପ୍ରାର୍ଥୀ । ତେବେ ସେହି ମହିଳାଙ୍କ ସୁଖ ଦୁଖ ବୁଝିବା ସହ ନିଜେ ବସି ଶିଳରେ ମସଲା ବାଟିଥିଲେ ଅପରାଜିତା ।

ସେହିପରି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମଧ୍ୟ ନିଆରା ଢଙ୍ଗରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ଖୋର୍ଦ୍ଧା ସହରରେ ଏକ ଅଟୋ ଚଳାଉଥିବାର ନଜର ଆସିଥିଲେ ମନ୍ମଥ ରାଉତରାୟ । ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ବସାଇ ଅଟୋ ଚଳାଇଥିଲେ ମନ୍ମଥ । ପରେ ସାଧାରଣ ଲୋକଙ୍କୁ ଅଟୋ ବସାଇ ବୁଲାଇଥିଲେ । ଖାଲି ସେତିକି ନୁହେଁ ଏକ ଆଖୁ ରସ ଠେଲା ପାଖରେ ପହଞ୍ଚି, ନିଜେ ଆଖୁ ପେଡି ଲୋକଙ୍କୁ ଆଖୁ ରସ ପିଇବାକୁ ଦେଇଥିଲେ ମନ୍ମଥ ରାଉତରାୟ ।