କଟକ ଓ ଭୁବନେଶ୍ୱରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଟ୍ୱିନସିଟି ପାଇଁ ରେଡ୍ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

553

କନକ ବ୍ୟୁରୋ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନସିଟିକୁ  ରେଡ୍ ଆଲର୍ଟ । ଆଜି ଉଭୟ ଭୁବନେଶ୍ୱର ଓ କଟକ ସହରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ସେଥିପାଇଁ ଭୁବନେଶ୍ୱର ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଜି ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୧ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅସହ୍ୟ ତାତି ପାଇଁ ଉତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।