କନକ ବ୍ୟୁରୋ : ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି । ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ଏଜେନ୍ସି ସହ ଚୁକ୍ତିନାମା କରାଯାଇଛି ।
ଏହି କୌଶଳ ବ୍ୟବହାର କରି ବିମାନ ଭିତରେ ସଫା କରିବାର ପ୍ରକ୍ରିୟା ଏକ ୟୁଭି ରୋବୋଟିକ୍ ଉପକରଣ ଦ୍ୱାରା କରାଯାଇଥାଏ । ଆଉ ଏହି ଉପକରଣ ସିଟର ତଳ ସହ ବ୍ୟାଗେଜ ସ୍ଥାନ, କକପିଟକୁ ମଧ୍ୟ ସାନିଟାଈଜ କରିଥାଏ । ତେବେ ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ଏହା ଆରମ୍ଭ କରାଯାଇଥିବାବେଳେ ଦେଶର ଅନ୍ୟ ବିମାନବନ୍ଦରରେ ଏହାକୁ କାର୍ଯ୍ୟକାରୀ କରାଯିବ ।
Robot to clean and disinfect the aircraft
In a first for India, Air India Express in partnership with ground handling agency AISATS, engaged robotic technology to clean and disinfect aircraft interiors. pic.twitter.com/VBMUTa9y7O
— Air India Express (@FlyWithIX) January 8, 2021
ସୂଚନା ଥାଉ କି କରୋନା କାରଣରୁ, ଅନେକ କମ୍ପାନୀ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଲୋକଙ୍କ ସ୍ଥାନରେ ରୋବଟ୍ ସଫା କରିବା ଦ୍ୱାରା ସେମାନଙ୍କୁ ମଧ୍ୟ ସୁରକ୍ଷା ଦେଇହେବ ।