ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

799

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା ।

ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନଜରରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏହି ସମୟରେ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବର୍ତ୍ତମାନ ଗଜପତି ଜିଲ୍ଲାରେ ଏକାସାଙ୍ଗରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇ ଦେଇଛି । ଏବେ ଏହି ଘଟଣା ପରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।