ଆଜି ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୭୫ ବିଧାନସଭା, ୬ ଲୋକସଭା ଆସନ ଉପରେ ନଜର ।

1,498

କନକ ବ୍ୟୁରୋ: ଆଜି ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସ ଆଜି ସକାଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଘୋଷଣା ହୋଇପାରେ ଅବଷିଷ୍ଟ ପ୍ରାର୍ଥୀ ତାଲିକା । ଘୋଷଣା ହୋଇନଥିବା ୭୫ ବିଧାନସଭା, ୬ ଲୋକସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି ।

ଏକାଧିକ ଆଶାୟୀ ଥିବାରୁ ୩୫ ଜଣଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ନବୀନଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି । ଭୁବନେଶ୍ୱରରେ ତିନିଟି ଆସନରେ ଏବେବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଶେଷକରି ଯେଉଁ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଅଧିକ ରହିଛି । ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଟିକେଟ ଘୋଷଣା ପୂର୍ବରୁ ଆଶାୟୀଙ୍କୁ ମେନେଜ କରିବାକୁ ନେତାଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ଦଳର ତୁଙ୍ଗ ନେତା ।