ରାହୁଲଙ୍କ ସଭାରେ ସୋଫିଆ ଫିର୍ଦ୍ଦୋସ । ସାଲେପୁର ମଂଚରୁ ଦେଲେ ରଣହୁଙ୍କାର

1,043

କନକ ବ୍ୟୁରୋ : କଟକ-ବାରବାଟୀ ପାଇଁ କଂଗ୍ରେସ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣ କରିନାହିଁ । କିନ୍ତୁ ବର୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହେବା ଏକପ୍ରକାର ଚୂଡାନ୍ତ ହୋଇଛି । ବୁଧବାର ସୋଫିଆଙ୍କୁ କଂଗ୍ରେସ କର୍ମର୍ତ୍ତାଙ୍କ ବୈଠକରେ ଦେଖିବାକୁ ମିଳିଥିଲା । ଆଉ ଆଜି ସାଲେପୁରର କଂଗ୍ରେସ ସଭାରେ ସୋଫିଆଙ୍କୁ ଦେଖିବାକୁ ମିଳିଥିଲା । ସାଲେପୁର ସଭାମଂଚରୁ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହୁଙ୍କାର ଭରିଛନ୍ତି ସୋଫିଆ ଫିର୍ଦ୍ଦୋସ । ଆଉ ସେ ହିଁ କଟକ-ବାରବାଟୀର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବୋଲି କହିଛନ୍ତି ସୋଫିଆ ।

ଆକଳନ କରାଯାଉଥିଲା ମହମ୍ମଦ ମୋକିମ ହିଁ କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହେବେ । ନିଲମ୍ବନ ଆଦେଶ ହଟିବା ପରେ ଏଥିପାଇଁ ସେ ସଙ୍ଗଠନ ବି ଚଳାଇଥିଲେ । କିନ୍ତୁ ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ନ ମିଳିବା ପରେ ବଦଳିଯାଇଛି କଟକ-ବାରବାଟୀର ରାଜନୀତି । ନିର୍ବାଚନ ଲଢିପାରିବେନି ମୋକିମ । ଆଉ ମହମ୍ମଦ ମୋକିମଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିରର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିବା ପାଇଁ କଟକ କଂଗ୍ରେସରେ ସହମତି ହୋଇଛି । ଆଉ ଏଥିରେ ହଁ ବି ଭରିଛି କଂଗ୍ରେସ । ସାଲେପୁର ସଭା ପରେ ସୋଫିଆ ରାହୁଲଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନିର୍ବାଚନମଣ୍ଡଳୀରେ ଅନେକ ବିକାଶ ହୋଇଥିବା ଦାବି କରିଛନ୍ତି ମହମ୍ମଦ ମୋକିମ । ଏବେ ଏହାକୁ ଆଧାର କରି ସୌଫିଆ ପିରର୍ଦ୍ଦୋସ ନିର୍ବାଚନକୁ ଓହ୍ଲାଇବେ ଓ ଲୋକଙ୍କ ବିଶ୍ୱାସ ଜିିତିବାକୁ ଉଦ୍ୟମ କରିବେ