ବିଜେଡି ପରେ ବିଜେପି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା । ୩ ଲୋକସଭା ଆସନ ଉପରେ ନଜର ।

191

କନକ ବ୍ୟୁରୋ: ବିଜେଡି ପରେ ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଜେପି ନଡ୍ଡା, ଅମିତ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତ ବିଧାନସଭା ଆସନ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ପ୍ରାୟ ୫ ଘଣ୍ଟା ବୈଠକ ପରେ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଚୁଡାନ୍ତ ହୋଇଥିବା ନେଇ ସୂଚନା ମିଳିଛି ।
ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି କୁହାଯାଉଛି । ୨୧ ଲୋକସଭା ଆସନରୁ ବିଜେପି ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ୩ ଲୋକସଭା ଆସନକୁ କିଏ କାହାକୁ ମିଳୁଛି ଟିକେଟ ତାହା ଉପରେ ନଜର ରହିଛି । ଗତକାଲି ଦଳର ମିଶିଥିବା ସିଦ୍ଧାନ୍ତ ମହାପାତ୍ର, ଭର୍ତୂହରୀ ମହତାବ, ଦମୟନ୍ତ୍ରୀ ବେଶ୍ରାଙ୍କ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।