ଚିତ୍ରକୋଣ୍ଡାରେ ବିଜେଡିକୁ ଝଟକା । ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଡମ୍ବରୁ ଶିଶା

254

କନକ ବ୍ୟୁରୋ : ବିଜେଡି ଛାଡ଼ିଲେ ଡମ୍ବରୁ ଶିଶା । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଗୁରୁବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା କହି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ଇସ୍ତଫା ପତ୍ରରେ ନୂଆ ଯାତ୍ରା ଆରମ୍ଭ ନେଇ ଇସାରା ଦେଇଛନ୍ତି ଡମ୍ବରୁ । ଆଦିମ ଜନଜାତି ତଥା ବଣ୍ଡା ଯୁବ ନେତା ଭାବେ ପରିଚିତ ଡମ୍ବରୁ ୨୦୧୪ ମସିହାରେ ଚିତ୍ରକୋଣ୍ଡାରେ କଂଗ୍ରେସ ଗଡକୁ ଭେଦ କରି ବିଜେଡିକୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ଡମ୍ବରୁଙ୍କୁ ଟିକେଟ୍ ଦେଇନଥିଲା ଦଳ । ହେଲେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳରୁ ସେ ଟିକେଟ୍ ପାଇବା ନେଇ ଆଶାୟୀ ଥିଲେ । କିନ୍ତୁ ତା’ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।