ନିର୍ବାଚନ ବେଳେ ରାଜଧାନୀରୁ ଜବତ ହେଲା ଟଙ୍କା । ପୋଲିସର ଚେକିଂ ବେଳେ କାରରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଂକା

119

କନକ ବ୍ୟୁରୋ : ବଣ୍ଡଲ ବଣ୍ଡଲ ନୋଟ । ଟେବୁଲ ଉପରେ ସଜେଇ ହୋଇ ରହଛି ବିଡା ବିଡା ଟଙ୍କା । ୪୧୭ ଖଣ୍ଡ ୧୦୦ ଟଙ୍କିଆ ୩୬୫ ଖଣ୍ଡ ୫୦୦ ଟଙ୍କିଆ ଏବଂ ୪ଟି ୨୦୦ ଟଙ୍କିଆ ନୋଟ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ନାଇଟ ପାଟ୍ରୋଲିଂ ବେଳେ, ଏହି ଧଳା ରଙ୍ଗର କାରରୁ ଜବତ ହୋଇଛି । ନିର୍ବାଚନ ପୁର୍ବରୁ ରାଜଧାନୀରେ ଏ ହେଉଛି ପ୍ରଥମ ଜବତ ହୋଇଥିବା ଟଙ୍କା । ଚନ୍ଦକା ଅଂଚଳର ଜଣେ ବ୍ୟବସାୟୀ ଜ୍ୟୋତି ପ୍ରକାଶ ସିଂଙ୍କ ପାଖରୁ ଏହି ନଗଦ ଟଙ୍କା ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ତେବେ ଏହି ଟଙ୍କା କେଉଁଠୁ ଆସୁଥିଲା, କାହିଁକି ଆସୁଥିଲା ଏବଂ ଏହି ଟଙ୍କା ପଛର ରହସ୍ୟ କଣ ତାକୁ ନେଇ ଛାନଭିନ ଆରମ୍ଭ କରିଛି ପୁଲିସ । ଗାଡି ଚଲାଉଥିବା ମାଲିକଙ୍କୁ ପଚରା ଉଚରା ପରେ, ପୁଲିସ ଛାଡି ଦେଇଛି । ଗାଡି ଏବଂ ଟଙ୍କାକୁ ନେଇ ଖୋଳତାଡ ଜାରି ରହିଥିବା ପୁଲିସ କମିଶନର କହିଛନ୍ତି ।

ନିର୍ବାଚନରେ କଳାଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ ସାରା ରାଜ୍ୟରେ ଗାଡି ଚେକିଂକୁ ଜୋରଦାର କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଟଙ୍କା ଜବତର ଖବର ମଧ୍ୟ ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି । ସନ୍ଦେହ କରାଯାଉଛି ଆଗକୁ ସାଧାରଣ ନିର୍ବାଚନରେ କଳାଟଙ୍କା କାରବାର ସଂଖ୍ୟା ବଢିପାରେ । ସେନେଇ ରାଜଧାନୀରେ ନାଇଟ ପାଟ୍ରୋଲିଂ, ନାକା ଏବଂ ଚେକିଂକୁ ଗୁରୁତ୍ୱ ଦିଆଯାଉଛି । କେବଳ ସେତିକି ନୁହେଁ ମଦୁଆ ଧର ପଗଡ ସହ ଚୋରା ମୋରମ ଚାଲାଣ ଟ୍ରକ ଏବଂ ୧୦ଟି ଚୋରା ବାଇକକୁପ ଜବତ କରିଛି ପୁଲିସ ।

– ବିଳମ୍ବିତ ରାତିରେ କୁଆଡେ ଯାଉଥିଲା ବିଡାବିଡା ଟଙ୍କା?
– ଟଙ୍କା ବାବଦରେ ପୁଲିସକୁ ଉପଯୁକ୍ତ ପ୍ରମାଣ ଦେଖାଯାଇପାରୁନି କାହିଁକି?