ଘଡେଇଙ୍କ ‘ନଗଡା’ ପ୍ରେମ ! ଅପପୁଷ୍ଟିର ଉପତ୍ୟକାରେ ପାଳିଲେ ଜନ୍ମଦିନ, ସାଧାରଣରେ ପ୍ରଶ୍ନ, ଆଜି ଯାଏଁ ନେତା ଥିଲେ କେଉଁଠି

75

କନକ ବ୍ୟୁରୋ : ଜନ୍ମଦିନରେ ମନେପଡିଲା ଅପପୁଷ୍ଟିର ଉପତ୍ୟକା । ମନ୍ତ୍ରୀ ଥିବା ବେଳେ ଯେଉଁ ମାଟିରେ କେବେ ପାଦ ପଡିନଥିଲା ସେଠି ନେତା ପାଳିଲେ ଜନ୍ମଦିନ । ନଗଡାର ପାହାଡି ଇଲାକାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ ପାଳିଛନ୍ତି ୭୭ତମ ଜନ୍ମଦିନ । ଅପପୁଷ୍ଟିର ଶୀକାର ନଗଡାବାସୀଙ୍କୁ ନେତା କମ୍ବଳ ବାଂଟିଛନ୍ତି , ମିଠା କଥା କହିଛନ୍ତି । ଏଥିସହ ପୁଣି ଥରେ ଆରମ୍ଭ ହୋଇଛି ନଗଡାକୁ ନେଇ ରାଜନୀତି ।

nagadaଯେଉଁ ଅଂଚଳରୁ ଲୋକମାନଙ୍କ ଭୋଟ ପାଇ ବିଧାନସଭାକୁ ଆସି ସର୍ବାଧିକ ସମୟ ଧରି ଅର୍ଥମନ୍ତ୍ରୀ ରହିଲେ, ସେହି ଇଲାକାର ବିକାଶ କଣ ହୋଇଥିଲା, ତାକୁ ସାରା ଦୁନିଆ ଦେଖିଲା । ଆଉ ଏବେ ସରକାର ରାସ୍ତା କରି, ବିକାଶ ପହଂଚାଇବା ପରେ ପ୍ରଫୁଲ୍ଲ ଘଡେଇ ନଗଡାରେ ପାଳିଛନ୍ତି ଜନ୍ମଦିନ । ନିଜର ୭୭ ତମ ଜନ୍ମଦିନକୁ ପାଳନ କରିବାକୁ ନଗଡା ଯାଇଥିଲେ ଘଡେଇ, ଯେଉଁ ଇଲାକାକୁ ନିଜେ ବିଧାୟକ ଥିବା ବେଳେ ଦିନଟିଏ ମଧ୍ୟ ଯାଇପାରିନଥିଲେ । ଏତେ ଦିନଧରି ନା ନଗଡାକୁ ରାସ୍ତା ହୋଇପାରିଥିଲା, ନା ସରକାର ପହଂଚି ପାରିଥିଲେ ନା ଘଡେଇ ପାହାଡି ରାସ୍ତା ଦେଇ ନଗଡାରେ ପହଂଚି ପାରିଥିଲେ ।

ଘଡେଇଙ୍କୁ ୭୬ ବର୍ଷ ପୁରିଲା । ନଗଡାରେ ଜନ୍ମଦିନ ପାଳିବା ଆଉ କମ୍ବଳ ବାଂଟିବା ବେଳେ ନେତାଙ୍କ ସ୍ପର୍ଶରେ ପୁଣି ରାଜନୀତି ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି
– ପ୍ରଫୁଲ୍ଲ ଘଡେଇ ଏତେ ଦିନ ଥିଲେ କେଉଁଠି?
– ନଗଡା ମାଟିରେ ଜନ୍ମଦିନ ପାଳିବାକୁ ଘଡେଇଙ୍କୁ ଏତେ ବର୍ଷ ଲାଗିଲା କାହିଁକି?

odisha-story_647_072116112555ଗତକିଛି ଦିନ ପୂର୍ବେ ଅପପୁଷ୍ଟିର ଉପତ୍ୟକା ପାଳଟିଥିଲା ନଗଡା । ପୂରା ବିଶ୍ୱ ଦେଖିଥିଲା ନଗଡାର ନଗ୍ନ ଚିତ୍ର । ଅପହଞ୍ଚ ଇଲାକାରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ କାନ୍ଦ ନଗଡା ପାହାଡ ଡେଇଁ ପହଞ୍ଚି ପାରୁନଥିଲା ସରକାରୀ ବାବୁଙ୍କ ନିକଟରେ । ତେବେ ଅପପୁଷ୍ଟିର ଶିକାର ହୋଇ ନଗଡାରେ ଶିଶୁମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ମିଶନ ମୋଡରେ କାମ କରି ନଗଡାକୁ ରାସ୍ତା କଲେ, ଆବଶ୍ୟକୀୟ ସୁବିଧା ପହଂଚାଇଲେ । ଆଉ ଏହି ରାସ୍ତାରେ ନଗଡା ପହଂଚି ଘଡେଇ ପାଳିଲେ ଜନ୍ମଦିନ ।

ମିଡିଆର ହୋହଲ୍ଲା ଆଉ ଚାପ ପରେ ନଗଡାର ଅବସ୍ଥା ସୁଧୁରିଛି, ଆଉ ଜନ୍ମଦିନର ଉତ୍ସବ ପାଳିବାକୁ ଆଉ ନଗଡାବାସୀଙ୍କୁ ସ୍ନେହ ଦେବାକୁ ଘଡେଇ ପହଂଚିବା ପୁଣି ରାଜନୀତିକୁ କ୍ରିୟାଶୀଳ କରିଛି ।