ଟ୍ରାଫିକ ପୋଲିସଙ୍କ ଦେହରେ ଲାଗିଲା କ୍ୟାମେରା ! ସାବାଡ ହେବେ ନିୟମ ଭାଙ୍ଗୁଥିବା ଗାଡିଚାଳକ, ନିୟମ ଭାଙ୍ଗିଲେ ଘରକୁ ଆସିବ ଜରିମାନା ପାଇଁ ଚାଲାଣ

58

କନକ ବ୍ୟୁରୋ : ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଚିହ୍ନଟ କରିବ କ୍ୟାମେରା । ଟ୍ରାଫିକ୍ ପୋଷ୍ଟ ପରେ ଏଣିକି ଟ୍ରାଫିକ ପୁଲିସ ଦେହରେ ଲାଗିବ ଏହି ସ୍ୱତନ୍ତ୍ର କ୍ୟାମେରା । ଯାହା ଟ୍ରାଫିକ୍ ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରିବା ସହ ସୁରକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିପାରିବ । ପ୍ରଥମ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏଥିଲାଗି ୨୪୦ଟି କ୍ୟାମେରା ଅଣାଯାଇଛି ।

traffic policeଟ୍ରାଫିକ ପୁଲିସ ଦେହରେ ଲାଗିବ କ୍ୟାମେରା । ସ୍ୱଚ୍ଛତା ଆଣିବା ପାଇଁ ଏହି ନୂଆ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଏଣିକି ଟ୍ରାଫିକ ପୁଲିସଙ୍କ ଦେହରେ ଲାଗିଥିବା ବଡି କ୍ୟାମେରା ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଆଚରଣ ରେକର୍ଡ କରିବ । ଏହା ସହ ପୁଲିସ କିପରି ବ୍ୟବହାର କରୁଛି, କେତେ ଟଙ୍କା ଜରିମାନା ଆଦାୟ ହେଉଛି ସବୁ ଟିକିନିଖି କଏଦ କରିବ କ୍ୟାମେରା । କଟକ ଏବଂ ଭୁବନେଶ୍ୱରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏଥିଲାଗି ୨୪୦ଟି କ୍ୟାମେରା ଅଣାଯାଇଛି । ଦୁଇ ସହରର ପ୍ରମୁଖ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସ ଏହି କ୍ୟାମେରା ଦେହରେ ଲଗାଇବେ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଭିଜୁଆଲ୍ ଯାଂଚ ପରେ ଚାଲଣ କଟାଯାଇ ସେମାନଙ୍କ ଘରକୁ ପଠାଯିବ । ରେକର୍ଡ ହୋଇଥିବା ଭିଜୁଆଲକୁ ୧୦ ଦିନ ପର୍ଯ୍ୟନ୍ତ ରଖିବ ପୋଲିସ ।

ଏହାସହ କଟକ ଏବଂ ଭୁବନେଶ୍ୱରରେ ଥିବା ଟ୍ରାଫିକ ଗାଡିରେ ମଧ୍ୟରେ ୧୬ଟି ଡ୍ୟାସ ବୋର୍ଡ କ୍ୟାମେରା ଲଗାଇବାକୁ ବ୍ୟବସ୍ଥା କରାଯାଇଛି । ପାଟ୍ରୋଲିଂ ବେଳେ ଏହି ଗାଡିରେ ଲାଗିଥିବା କ୍ୟାମେରା ସବୁ କାମ ଉପରେ ନଜର ରଖିବ । ଟ୍ୱିନ୍ ସିଟିରେ ଏହି ଯୋଜନା ସଫଳ ହେବା ପରେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ।