ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

179

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି ।

୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ମାତ୍ର ୧୪ ମାସରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଛି । ଏଥିପାଇଁ ଅନେକ ସରକାରୀ ଜମି ନିଆଯାଇଥିବାବେଳେ ଅନେକ ପରିବାରକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ହେଲେ ବିସ୍ଥାପିତଙ୍କମାନଙ୍କ ପାଇଁ ପକ୍କା ଘର, ପକ୍କା ରାସ୍ତାର ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି ।