ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ୍ ।

312

କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ଲୁଟ୍ । ଖଣ୍ଡଗିରି ତାଳବଣିଆ ଅଂଚଳରୁ ଲୁଟ୍ । ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି ।