କ୍ଷୁଦ୍ର ଜମାକାରୀଙ୍କୁ ଆଶା

21

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କୁ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସୁପାରିଶ ଥିବା କହିଛନ୍ତି ଜଷ୍ଟିସ ଏମ. ଏମ. ଦାସ କମିଶନଙ୍କ ସଚିବ । ସୂଚନା ଅନୁସାରେ, ରିପୋର୍ଟରେ କ୍ଷୁଦ୍ର ଜମାକରୀ ସଂପର୍କିତ ନଥିପତ୍ର ଦାଖଲ କରାଯାଇଛି । ରିପୋର୍ଟ ବାବଦରେ କମିଶନ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରିଥବା ଜମାକାରୀଙ୍କ ବାବଦରେ ସବିଶେଷ ତଥ୍ୟ ଓ ଅର୍ଥ ଫେରସ୍ତ ନେଇ ସୁପାରିଶ ଥିବା ବିଶ୍ୱସ୍ତ ସୁତ୍ରରୁ ସୁଚନା ମିଳିଛି ।

ସେପଟେ କମିଶନଙ୍କ ଅନ୍ତରୀଣ ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ ଆବାହକ ସୈାମ୍ୟରଂଜନ ପଟ୍ଟନାୟକ । କହିଛନ୍ତି, ରିପୋର୍ଟ ଆଗରୁ ଆସିବା କଥା । ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରିପୋର୍ଟ ଦିଆଯାଇଛି, ଯାହା ସରକାରଙ୍କୁ ବଂଚାଇବାକୁ ଏକ ଉଦ୍ୟମ ।