ଧର୍ମେନ୍ଦ୍ରଙ୍କ ପଛରେ ଜୁଏଲ୍ . .

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଗଲେ କିଛି ଆପତି ନାହିଁ । ସେ ଏହି ନିଷ୍ପତିକୁ ସ୍ୱାଗତ କରିବେ । କିଛି ଏଭଳି ଢଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ଇଂଟରଭ୍ୟୁ ଦେଇ ଜୁଏଲ କହିଛନ୍ତି, ରାଜ୍ୟ ସ୍ତରରେ କିଏ ନେତୃତ୍ୱ ନେବ ତାହା ବିଜେପିର ରାଷ୍ଟ୍ରୀୟ ସ୍ତରରେ ନିଷ୍ପତି ହେବ । ତାଙ୍କର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କୈାଣସି ପ୍ରକାର ମନୋମାଳିନ୍ୟ ନଥିବା ଜୁଏଲ କହିଛନ୍ତି । ଗତ କିଛି ଦିନ ମଧ୍ୟରେ ରାଜ୍ୟ ରାଜନୈତିକ ସ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବଢୁଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଜୁଏଲ ଓରାମ ନିଜକୁ ଏଥିରୁ ଦୁରେଇ ରଖୁଥିବା କୁହାଯାଉଥିଲା । ହେଲେ ଏହାର ବି ଜବାବ ଦେଛନ୍ତି ସୁନ୍ଦରଗଡର ସାଂସଦ । କହିଛନ୍ତି, ସେ ଲୋକଙ୍କ ପାଇଁ କାମ କରୁଛନ୍ତି । ରାଜ୍ୟ ରାଜନୀତିରେ ଜୁଏଲଙ୍କର ଏହି ବକ୍ତବ୍ୟ ଅନେକ ଗୁରୁତ୍ୱ ବହନ କରୁଛି । କାରଣ ଚର୍ଚ୍ଚା ଚାଲିଛି, ୨୦୧୯ ପାଇଁ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ଚେହେରା ସାଜିପାରନ୍ତି । ଆଉ ଏହାରି ଭିତରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜୁଏଲ ।