ଆଠଗଡ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ : ଜଣେ ଜୀବନ୍ତ ଦଗ୍ଧ

30

ଆଠଗଡ : ଆଠଗଡର ଚାଇଁପୁର ପଂଚାୟତ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣେ ବୃଦ୍ଧା ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକ ଜଣକ ହେଲେ ଛାୟା । ଏହାସହ ୮୦ ବଖରାରୁ ଅଧିକ ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛି । ତେବେ ଅଗ୍ନିକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରିନି ।