ବନ୍ୟାପାଣିରେ ବୁଡିଲା ଦୁବାଇ ସହର,ଭାସୁଛି ଯାନବାହନ ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି ।

187

କନକ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣି । ଏଭଳି କଥା ସମସ୍ତଙ୍କୁ ଚକିତ କରିଛି । କାର ବୁଡିବା ସହ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନରେ ହାରାହାରି ୧୨୦ ମିଲିମିଟର ବର୍ଷା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ୧୨୦ ମିଲିମିଟର ବର୍ଷା ହିଁ ହୋଇଥାଏ । କିନ୍ତୁ ଏବେ ଏହା ଗୋଟିଏ ଦିନରେ ଦେଖିବାକୁ ମିଳିଛି । ଘୁର୍ଣିବଳୟ ପ୍ରଭାବ ଦୁବାଇ ଠାରେ ବିସ୍ତାର ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ସାଧାରଣରେ ଯଦି ଆମେ ଦେଖିବା ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । କିନ୍ତୁ ଏଠାରେ ଏବେ ବିଭିନ୍ନ ଜାଗାରେ ପାଣି ଜମି ରହିବା ଦେଖିବାକୁ ମିଳିଛି । ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଦେଖିବାକୁ ମିଳିଛି । ବିମାନବନ୍ଦର ସହ ପାର୍କିଂ ସ୍ଥଳରେ ବନ୍ୟାଜଳ ପାଣି ଓ କାର ଗୁଡିକ ଅଧା ପାଣିରେ ବୁଡି ରହିଥିଲା । ଦୁବାଇର ମଲ ଓ ପ୍ରମୁଖ ସହର ଗୁଡିକ ପାଣିରେ ବୁଡି ରହିିଛି ।

ଦୁବାଇ ମେଟ୍ରୋ ଷ୍ଟେସନରେ ଆଣ୍ଠୁଏ ଗଭୀର ପାଣି ଦେଖିବାକୁ ମିଳିଥିଲା । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।