ପ୍ରେମ ନା ସାଲିସ୍ ?

76

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଏ କହିଲା ଭଙ୍ଗା ମନ ଆଉ ଯୋଡି ହୁଏନା । କିଏ କହିଲା ସମ୍ପର୍କର ସୂତାଖିଅ ଛିଣ୍ଡି ଗଲେ ଆଉ ଗୁନ୍ଥି ହୁଏନା । ପୁରୁଷ ପୁରୁଷର ଏହି ପ୍ରବାଦକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ବର୍ଷା ସୋନି ଓ ରାଜାଶ୍ରୀ । ଯୌତୁକ ନିର୍ଯ୍ୟାତନାରେ ଏବେ ଆସିଛି ପ୍ରେମର ମୋଡ । ଦୀର୍ଘ ଦିନ ଅଲଗା ଅଲଗା ରହିବା ପରେ ଅତୀତକୁ ଭୁଲି ପୁଣି ଥରେ ଏକ ନୂଆ ସଂସାର ଗଢିବାକୁ ଆଗେଇ ଆସିଛନ୍ତି ବର୍ଷା ଓ ରାଜାଶ୍ରୀ । ଏହା ସହ ଏକ ବହୁଚର୍ଚ୍ଚିତ ଯୌତୁକ ନିର୍ଯ୍ୟାତନା ମାମଲାରେ ପଡିଛି ପୂର୍ଣ୍ଣଚ୍ଛେଦ ।

ଫ୍ୟାମିଲି କୋର୍ଟରୁ ମହିଳା କମିଶନ୍ । ସମସ୍ତେ ଚାହୁଁଥିଲେ ଏ ବିବାଦର ଆପୋଷ ସମାଧାନ ହେଉ । ପଛକଥାକୁ ଭୁଲି ଉଭୟେ ଏକାଠି ରୁହନ୍ତୁ । ହେଲେ ଏ କଥାକୁ ଆଗକୁ ବଢାଇଥିଲା ବର୍ଷାସୋନି ଫାଉଣ୍ଡେସନ୍ । ଲଗାତାର ପରାମର୍ଶ , ଆଶୀର୍ବାଦ ପାଲଟିଥିଲା । ଶେଷରେ ନୂଆ ଜୀବନ ପାଇଁ ଅଙ୍କା ଯାଇଥିଲା ନକ୍ସା । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ବର୍ଷାସୋନି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ହାଇପ୍ରୋଫାଇଲ୍ ଯୋଡି ଆଜି ସାରା ରାଜ୍ୟକୁ ନିଜ ପୁନଃମିଳନ ସଂପର୍କରେ ଜଣାଇଛନ୍ତି  ।

ତେବେ ସବୁଠାରୁ ଆଶ୍ଚଯ୍ୟର କଥା ଯେଉଁ ମିଳନକୁ ସାରା ରାଜ୍ୟ ଅପେକ୍ଷା କରିଥିଲା , ସେହି ଉତ୍ସବକୁ ଆସି ନଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଏପରିକି ରାଜାଶ୍ରୀଙ୍କୁ ଛାଡି ଦେଲେ ତାଙ୍କ ପରିବାରର ଅନ୍ୟକୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳି ନଥିଲା ।

ବିବାହ, ବିବାଦ ଓ ବିଚ୍ଛେଦ । ହୁଏତ ଏମିତି ସମସ୍ୟା ସବୁଠି ଦେଖିବାକୁ ମିଳୁଛି । ହେଲେ ଏ ସମସ୍ୟାର ସମାଧାନ କୋର୍ଟ କଚେରୀ ନୁହେଁ । ହୁଏତ ଏହି ସନ୍ଦେଶ ଦେବାକୁ ଚାହିଁଛନ୍ତି ବର୍ଷାସୋନି ଓ ରାଜାଶ୍ରୀ ।