ବ୍ରହ୍ମପୁରକୁ ଫେରିଲା କରୋନା । ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, ପୂରା କାର୍ଯ୍ୟାଳୟକୁ କରାଗଲା ସାନିଟାଇଜ ।

329

କନକ ବ୍ୟୁରୋ : ବ୍ରହ୍ମପୁରକୁ ଫେରିଲା କରୋନା । ସୁରଟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗଞ୍ଜାମକୁ ପୁଣି କରୋନା ଫେରିପାରେ ବୋଲି ଆଶଙ୍କା ବଢିଯାଇଛି । ହେଲେ ଏହାରି ଭିତରେ ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀଙ୍କ ସହ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି । ଏହି କମ୍ପାନିରେ ରାଜ୍ୟ ବାହାରର ବହୁ ପଦାଧିକାରୀ ଓ କର୍ମଚାରୀ ରହିଥିବା ବେଳେ ସେମାନେ କିଛିଦିନ ପୂର୍ବେ ରାଜ୍ୟ ବାହାରୁ ଯାଇ ବ୍ରହ୍ମପୁର ଫେରିଛନ୍ତି । ସେମାନଙ୍କ ସଂସ୍ୱର୍ଶରେ ଆସି ଟାଟା ପାୱାରର  ମୁଖ୍ୟ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ତେବେ ପଜିଟିଭ ଚିହ୍ନଟ ହେବା ପରେ ସମସ୍ତ କର୍ମଚାରୀଙ୍କୁ ୭ ଦିନିଆ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ପୂରା କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଥିବା ବେଳେ ଆସନ୍ତା ରବିବାର ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି । କାର୍ଯ୍ୟାଳୟ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।