ପାହାଡ ଚଢିଲେ ଜିଲ୍ଲାପାଳ । ଭୋଟ ଦେଇ ନିଜ ମତ ସାବ୍ୟସ୍ତ କରିବାକୁ ଦୁର୍ଗମ ଅଞ୍ଚଳ ଲୋକଙ୍କୁ କଲେ ସଚେତନ ।

92

କନକ ବ୍ୟୁରୋ: ଓଡିଶାର ଉଚ୍ଚତମ ଦେଓମାଳି ପର୍ବତ ଚଢିଲେ କୋରାପୁଟ ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ । ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିବାକୁ ଲୋକଙ୍କୁ କଲେ ସଚେତନ । ଭୋଟଦାନ ପକ୍ର୍ରିୟା ଗଣତନ୍ତ୍ରର ମହାପର୍ବ ଏବଂ ଏହା ୫ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ତେଣୁ ଏଭଳି ସୁଯୋଗକୁ ଭୋଟର ମାନେ ହାତଛଡା କରିବା ଉଚିତ ନୁହେଁ ବୋଲି କୋରାପୁଟ ଜିଲ୍ଲାପାଳ ଭି. କିର୍ତିଭାସନ କହିଛନ୍ତି । ଏହି ଭୋଟର ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧିକାରୀ, କୋବ୍ରା ବାଟାଲିୟନର ଯବାନ, ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ ।