ରାମନବମୀ ପାଇଁ ଭଦ୍ରକରେ ପୋଲିସର ଫ୍ଲାଗମାର୍ଚ୍ଚ । ଉତ୍ସବ ଦିନ ପୁରା ଅଞ୍ଚଳରେ ମୁତୟନ ହେବେ ୩୭ ପ୍ଲାଟୁନ୍ ଫୋର୍ସ ।

171

କନକ ବ୍ୟୁରୋ: ରାମନବମୀକୁ ନେଇ ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶୋଭାଯାତ୍ରା ଏବଂ ନଗର ସଂକୀର୍ତ୍ତନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ରାମ ନବମୀ ଦିନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସିଆରପିଏଫ, ବିଏସଏଫ ଯବାନଙ୍କ ସମେତ ୩୭ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।