ଦେଶର ପ୍ରଥମ ସିଡିଏସ୍ ହୋଇ ତ୍ରି-ସେନାର ମଙ୍ଗ ଧରିଲେ ଜେନେରାଲ୍ ବିପିନ୍ ରାୱତ୍ : ନିଯୁକ୍ତି ଦେଲା କ୍ୟାବିନେଟ୍ କମିଟି , ତିନି ସେନାକୁ ସମ୍ଭାଳିବାର ମିଳିଲା ଗୁରୁ ଦାୟିତ୍ୱ 

505

ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ଦେଲା କ୍ୟାବିନେଟ୍ କମିଟି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ ବର୍ତ୍ତମାନ ସିଡିଏସ୍ ଙ୍କ ଅବସର ନେବା ବୟସ ବର୍ଦ୍ଧିତ ହୋଇ ୬୫ ବର୍ଷ ହୋଇଯାଇଛି । ତିନି ସେନା ସହ ଜଡିତ ଥିବା ମାମଲାରେ ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା କାମ କରନ୍ତିି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ରକ୍ଷାମନ୍ତ୍ରୀଙ୍କ ପ୍ରଧାନ ସେନା ପରାମର୍ଶଦାତା ହେଉଛନ୍ତି ସିଡିଏସ୍ ।

ସେନା ଅଭିଯାନ ସମୟରେ ୩ ସେନା ସହ ଖାପଖୁଆଇ ବିଚାରବିମର୍ଶ କରିବାର କାମ କରିବେ ସିଡିଏସ୍ । ସିଡିଏସ୍ ପଦବୀରେ ଚାରୋଟି ଷ୍ଟାର ଜେନେରାଲ୍ ର୍ୟାଙ୍କର ସେନା ଅଧିକାରୀଙ୍କୁ ନିଯୁକ୍ତି କରାଯିବ । ସିଡିଏସ୍ ଙ୍କୁ ତିନି ସେନା ପ୍ରମୁଖଙ୍କ ପାଖାପାଖି ଦରମା ମିଳିବ ।