ରାଜନୀତିରେ ସବୁ ସମ୍ଭବ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର
କନକ ବ୍ୟୁରୋ : ରାଜନୀତିରେ ସବୁ ସମ୍ଭବ । ଏଭଳି ଘଟଣା ପୁଣିଥିରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଅଜିତ ପାଓ୍ବରଙ୍କୁ ମିଳିଲା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଏନସିପିର ନେତା ଅଜିତ ପାୱାର ପୁଣି ଥରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଳ୍ପଦିନିଆ ଦେବେନ୍ଦ୍ର ଫଡନାଭିସ ସରକାରରେ ବି ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ସରକାର ବଦଳିଛି କିନ୍ତୁ ବଦଳିନାହାନ୍ତି ଉପମୁଖ୍ୟମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଉଦ୍ଧବ ଠାକରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି । ଏହାଛଡା କଂଗ୍ରେସ,ଏନସିପି ଓ ଶିବସେନାରୁ ୩୫ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ୧୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ । ଏହାଛଡା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ପ୍ରଥମ ଥର ଲାଗି ମହାରାଷ୍ଟ୍ର ରାଜନୀତିରେ ବାପା-ପୁଅ ସରକାରରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ମାସରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଲାଗିରହିଥିଲା । ମାତ୍ର ୩ ଦିନ ଲାଗି ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଦେବେନ୍ଦ୍ର ଫଡନାବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ ପାୱାର । କିନ୍ତୁ ପତନ ପରେ ଏନସିପି, କଂଗ୍ରେସ ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଥିଲେ ।