ପିତା ଉଦ୍ଧବ ଠାକରେଙ୍କ କ୍ୟାବିନେଟ୍ ରେ ସବୁଠାରୁ କମ୍ ବୟସ୍କ ମନ୍ତ୍ରୀ ରୁପେ ଶପଥ ନେଲେ ଆଦିତ୍ୟ ଠାକରେ । ରାଜନୀତିରେ ପାଦ ଥାପୁ ଥାପୁ ଜିତିଲେ ନିର୍ବାଚନ ଏବଂ ରଚିଲେ ଇତିହାସ । 

721

ଶକ୍ତ ହେଲା ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ଗଢିଲା ମନ୍ତ୍ରୀମଣ୍ଡଳ । ଶପଥ ଗ୍ରହଣ ଉତ୍ସବରେ ୩୫ ଜଣ ମନ୍ତ୍ରୀ ନେଲେ ଶପଥ । ଶିବସେନାର ଯୁବନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମଧ୍ୟ ପିତାଙ୍କ କ୍ୟାବିନେଟ୍ ରେ ମିଳିଲା ମନ୍ତ୍ରୀପଦ । ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ଶପଥ ନେଇଥିବା ସବୁଠାରୁ କମ୍ ବୟସ୍କ ମନ୍ତ୍ରୀ ହେଉଛନ୍ତି ଆଦିତ୍ୟ ଠାକରେ । 

ଆଦିତ୍ୟ ଠାକରେ ପରିବାରର ଏମିତି ଜଣେ ସଦସ୍ୟ ଯେ ପ୍ରଥମ କରି ରାଜନୀତିରେ ପାଦ ଥାପି ନିର୍ବାଚନ ଲଢିଲେ ଏବଂ ପ୍ରଥମଥରରେ ହିଁ ନିର୍ବାଚନ ଜିତି କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ଏହି ୨୯ ବୟସ୍କ ଯୁବନେତାଙ୍କ ପୂର୍ବରୁ ଏବେ ପର୍ଯ୍ୟନ୍ତ ଠାକରେ ପରିବାରର କୌଣସି ସଦସ୍ୟ କେବେ ନିର୍ବାଚନ ଲଢିନଥିଲେ । ସେ ବାଲା ସାହେବ ଠାକରେ ହୁଅନ୍ତୁ କି ଉଦ୍ଧବ ଠାକରେ ‘ମତୋଶ୍ରୀ’(ଠାକରେ ନିବାସ) ରେ ହିଁ ରହି ଏହି ପରିବାରର ମୁଖିଆ ରାଜନୀତି କରୁଥିଲେ । ଏଭଳି ସ୍ଥିତିରେ ଆଦିତ୍ୟ ଠାକରେଙ୍କ ପ୍ରଥମଥର ପାଇଁ ନିର୍ବାଚନ ଲଢିବା ଏବଂ ବିଜୟୀ ପରେ ମନ୍ତ୍ରୀ ହେବା ଶିବସେନା ପାଇଁ ଖୁସି ଆଣିଦେଇଥିଲା ।