କୋଇଡା ଖଣି ଅଂଚଳର ପ୍ରାକୃତିକ ସୌନ୍ଦଯ୍ୟର ପସରା । ଖାଇବା ସମୟ ହେଲେ ଟେନସା ପ୍ରକୃତି ନିବାସକୁ ଧାଇଁ ଆସନ୍ତି ଶହଶହ ଶୁଆ

130

କନକ ବ୍ୟୁରୋ : ଶୁଆ ବୁଝନ୍ତି ଭଲପାଇବା ଭାଷା । ସ୍ନେହ, ଶ୍ରଦ୍ଧା ଓ ପ୍ରେମକୁ ସମ୍ମାନ ଦେଉଥିବା ପକ୍ଷୀଟିଏ । ଏ ଗଛରୁ ସେ ଗଛକୁ ଉଡି ବୁଲୁଥିବା ବେଳେ ଭୋକ ଲାଗିଲେ, ଉଡି ଆସନ୍ତି, ମିଠା ମିଠା ଅଳିରେ ଡାକନ୍ତି । ଆଉ ତାଙ୍କ ଅଳିକୁ ବୁଝି ଖାଦ୍ୟ ଦେଇଥାନ୍ତି ପ୍ରକୃତି ଭଲପାଉଥିବା ମଣିଷ । ସୁନ୍ଦରଗଡ କୋଇଡା ବ୍ଲକ ଟେନସା ପ୍ରକୃତି ନିବାସରେ ଏଭଳି ସଂପର୍କ ଦେଖି ବେଶ ଆନନ୍ଦିତ ହୁଅନ୍ତି ପର୍ଯ୍ୟଟକ ।

ଖଣି ଖାଦାନକୁ ନେଇ ପରିଚିତ କୋଇଡା । ହେଲେ ଏବେ ଏହାର ପରିଚୟ ବଦଳାଇ ଦେଇଛି ପ୍ରାକୃତିକ ପରିବେଶ । ଲୋକଙ୍କ ମନଜିଣୁଛି ବନ ବିଭାଗ ପକ୍ଷରୁ ତିଆରି ହୋଇଥିବା ଟେନସା ପ୍ରକୃତି ନିବାସ । ଗତ ମାସ ଜାନୁଆରୀ ୨୩ ତାରିଖରେ ରାଉରକେଲାରୁ ଉଦ୍ଧାର ହୋଇଥିବା ୭୨ଟି ଶୁଆଙ୍କୁ ଏଠାରେ ଛାଡି ଥିଲେ ବନ ଅଧିକାରୀ । ସେବେ ଠାରୁ ଶୁଆ ଗୁଡିକ ଖୋଲା ଆକାଶ ତଳେ ଜଙ୍ଗଲରେ ରୁହନ୍ତି, ଏବଂ ଖାଇବା ସମୟରେ ଟେନସା ପ୍ରକୃତି ନିବାସକୁ ଆସିଥାନ୍ତି ।