ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ । ୨୦୧୪ରୁ ୨୦୧୯ ଥିଲେ କାକଟପୁରର ବିଧାୟକ । ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିବା ପରେ ଦଳ ଛାଡିଲେ ସୁରେନ୍ଦ୍ର ।

547

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି ।

ତେବେ ୨୦୧୪-୨୦୧୯ ପର୍ଯ୍ୟନ୍ତ କାକଟପୁର ବିଧାୟକ ରହିଥିଲେ ସୁରେନ୍ଦ୍ର ସେଠୀ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ଟିକେଟ୍ କାଟି ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ଆଉ ତୁଷାରକାନ୍ତି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ । ସେତେବେଳେ ଟିକେଟ୍ କଟିଥିଲେ ବି, ଦଳକୁ ସମର୍ଥନ ଦେଇଥିଲେ ସୁରେନ୍ଦ୍ର । ଆଉ ଏହାର ଠିକ୍ ୫ ବର୍ଷ ପରେ ୨୦୨୪ରେ ପୁଣିଥରେ ଟିକେଟ୍ ଲବିରେ ରହିଥିଲେ ।

ହେଲେ ୨୦୧୯ ପରି ୨୦୨୪ରେ ମଧ୍ୟ ସେ ଦଳରୁ ନିରାଶ ହେଇଥିଲେ । ୨୦୨୪ରେ ପୁଣିଥରେ କାକଟପୁରରୁ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହେଇ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି ।