ରାସ୍ତା ଉପରେ ଯୁବତୀଙ୍କ ହଙ୍ଗାମା : ପୁଲିସ୍ ଉପସ୍ଥିତିରେ ଟିପ୍ପର ଡ୍ରାଇଭରକୁ ମାରିଲେ ଚାପୁଡା

71

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାସ୍ତା ଉପରେ ଯୁବତୀଙ୍କ ଔଧତ୍ୟ । ଆଇନକୁ ହାତକୁ ନେଲେ । ସମସ୍ତଙ୍କ ସାମ୍ନାରେ, ଏପରିକି ପୋଲିସ ଉପସ୍ଥିତିରେ କସି ଦେଇଗଲେ ଚାପୁଡା । ଏହି ଯୁବତୀମାନେ ଯାଉଥିବା ଗାଡିରେ ଘସି ହୋଇଯାଇଥିଲା ଏକ ଟିପ୍ପର । ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ଯୁବତୀମାନେ । ଗାଡିକୁ ଅଟକାଇ ରାସ୍ତା ଉପରେ ଦୀର୍ଘ ସମୟ ଧରି ହଙ୍ଗାମା କରିଥିଲେ । ଟିପ୍ପର ଡ୍ରାଇଭରକୁ ଗାଡି ଭିତରୁ ଟାଣିଆଣି ଚାପୁଡା ମାରିଥିଲେ । ଗାଳି ଗୁଲଜ ବି କରିଥିଲେ ।

ଏପରିକି ପୋଲିସ ଉପସ୍ଥିତିରେ ବି ଶାନ୍ତ ପଡିନଥିଲେ । ରାସ୍ତା ମଝିରେ ଏଭଳି ଝାମେଲା ଫଳରେ ଅନେକ ସମୟ ଧରି ଅଟକି ରହିଥିଲା ଗାଡି ମୋଟର । ଟ୍ରାଫିକ ଜାମ ପରିସ୍ଥିତି ଉପୁଜିଥିଲା । ରସୁଲଗଡ ଛକରେ ଜମା ହୋଇଯାଇଥିଲେ ଲୋକେ । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ଯୁହତୀଙ୍କ ଆକ୍ରୋଷରୁ ବର୍ତି ପାରିନଥିଲେ ବିଚରା ଡ୍ରାଇଭର । ଦୋଷ ଯାହାର ଥାଉ ନା କାହିଁକି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଇନ ରହିଛି । ଯୁବତୀମାନେ ଏଭଳି ଆଇନକୁ ହାତକୁ ନେଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।