କ୍ଷମତାଶାଳୀ ନେତାଙ୍କ ଦମଦାର୍ ପ୍ରେମ କାହାଣୀ ! ଚର୍ଚ୍ଚାରେ ଥିଲେ ଟ୍ରମ୍ପଙ୍କ ତୃତୀୟ ପତ୍ନୀ

37

trump wifeବିଶ୍ୱର ନମ୍ବର-୧ ନେତା ଡୋନାଲ୍ଡ ଜନ୍ ଟ୍ରମ୍ପ । ଯାହାଙ୍କ ପତ୍ନୀଙ୍କ ନ୍ୟୁଡ୍ ଫଟୋ ନିର୍ବାଚନର କିଛି ଦିନ ପୂର୍ବରୁ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ତେବେ ରାଜନୀତିକୁ ଆସିବା ପୂର୍ବରୁ ଜଣେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ବ୍ୟବସାୟୀ ଓ ଟିଭି-ଶୋ ଆଙ୍କର ଭାବେ ପରିଚିତ ଥିଲେ ୭୦ ବର୍ଷୀୟ ଟ୍ରମ୍ପ । ଆଉ ବ୍ୟକ୍ତଗତ ଜୀବନରେ ଥିଲେ ଖୁବ ରୋମାଂଟିକ ।

ତିନି ତିନିଥର ବିବାହ କରିଛନ୍ତି ଟ୍ରମ୍ପ । ତାଙ୍କ ପ୍ରଥମ ପତ୍ନୀ ଇଭାନା, ଦ୍ୱିତୀୟ ପତ୍ନୀଙ୍କ ନାଁ ମାର୍ଲା ଓ ତୃତୀୟ ପତ୍ନୀ ମେଲାନିଆ । ଟ୍ରମ୍ପଙ୍କୁ ମିଷ୍ଟର ପ୍ରେସିଡେଂଟ ମୁକୁଟ ମିଳିବା ପରେ ଆମେରିକାର ଫାଷ୍ଟଲେଡି ହୋଇଛନ୍ତି ତାଙ୍କ ବର୍ତ୍ତମାନର ପତ୍ନୀ ମେଲାନିଆ । ଆମେରିକାର ଜଣେ ପ୍ରତିଷ୍ଠିତ ମଡେଲ ମେଲାନିଆ ସ୍ଲୋବାନିଆର ଅଧିବାସୀ । ଟ୍ରମ୍ପଙ୍କୁ ବିବାହ କରିବା ପରେ ତାଙ୍କୁ ଆମେରିକାର ଗ୍ରୀନକାର୍ଡ ମିଳିବା ସହିତ ଏଠାକାର ସ୍ଥାୟୀ ସଦସ୍ୟତା ମିଳିଛି ।

କୁହାଯାଉଛି ମହିଳାଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରନ୍ତି ଟ୍ରମ୍ପ । ଆଉ ସେଥିପାଇଁ ତାଙ୍କର ଅଧ ଡର୍ଜନରୁ ଅଧିକ ଗର୍ଲଫ୍ରେଣ୍ଡ । ୧୯୯୮ରେ ନ୍ୟୁୟର୍କରେ ଚାଲିଥିବା ଫ୍ୟାସନ ୱିକରେ ମେଲାନିଆଙ୍କୁ ଭେଟିଥିଲେ ଟ୍ରମ୍ପ । ସେତେବେଳେ ନିଜ ଦ୍ୱିତୀୟ ପତ୍ନୀ ମାର୍ଲା ମେପଲ୍ସଙ୍କଠାରୁ ଅଲଗା ରହୁଥିଲେ ଟ୍ରମ୍ପ । ଆଉ ସୁନ୍ଦରୀ ମେଲାନିଆଙ୍କ ସହ ବନ୍ଧୁତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଥମେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ମେଲାନିଆ । ଏପରିକି ନିଜ ଫୋନ ନମ୍ବର ଦେବାକୁ ମଧ୍ୟ ରାଜି ହୋଇନଥିଲେ । ହେଲେ ପରେ ୧୯୯୯ ବେଳକୁ ଏକ ଟିଭି ସାକ୍ଷାତକାରରେ ମେଲାନିଆଙ୍କ ସହ ସଂପର୍କକୁ ସ୍ୱୀକାର କରିଥିଲେ ଟ୍ରମ୍ପ । ଆଉ ୨୦୦୫ ବେଳକୁ ତାଙ୍କୁ ତୃତୀୟ ବିବାହ କରିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କଠାରୁ ୮ବର୍ଷ ସାନ ମେଲାନିଆ ।

ତେବେ କେତେକ ମାଗାଜିନ ପାଇଁ ନ୍ୟୁଡ ଫଟୋ ସୁଟ କରି ଚର୍ଚ୍ଚାକୁ ଆସିଥିଲେ ମେଲାନିଆ । ଏକ ହୀରା ଗହଣା ପିନ୍ଧି ହାତରେ ହ୍ୟାଣ୍ଡକପ ପକାଇ ବନ୍ଧସ୍ୱଳ ଧରିଥିବା ଏହି ଫଟୋ ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା । ସେହିପରି ୧୯୯୬ରେ ମାକ୍ସ ମାଗାଜିନ ପାଇଁ ତାଙ୍କର ସଂପୂର୍ଣ୍ଣ ନ୍ୟୁଡ ଫଟୋକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।