ପୁଣି ଅଣ୍ଡାମାଡ଼ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ ! ଟୁଇଟ୍ କରି କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ୧୫ଟି ଅଣ୍ଡାମାଡ଼ ଘଟଣାରେ ୮୯ ଗିରଫ ହେଲେ ତାଙ୍କ ବେଳକୁ ହାତବାନ୍ଧି ବସିଛି ପୁଲିସ

33

କନକ ବ୍ୟୁରୋ : ପୁଣି ଅଣ୍ଡାମାଡ଼ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ଟୁଇଟ୍ କରିଛନ୍ତି ବୈଜୟନ୍ତ ପଣ୍ଡା । ଟୁଇଟରେ ସେ ଲେଖିଛନ୍ତି ଯେ, ୧୫ଟି ଅଣ୍ଡାମାଡ଼ ଘଟଣାରେ ଏଯାଏଁ ୮୯ ଜଣଙ୍କୁ ଗିରଫ କରାଯାଇଛି । ହେଲେ ଗୋଟିଏ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ପରୋକ୍ଷରେ ସେ ମହାଙ୍ଗା ଅଣ୍ଡାମାଡ଼ ଘଟଣାକୁ ଇଙ୍ଗିତ୍ କରିଛନ୍ତି । ସାଂସଦଙ୍କ ମାହାଙ୍ଗା ଗସ୍ତ ବେଳେ ତାଙ୍କୁ ଅଣ୍ଡାମାଡ଼ ହୋଇଥିଲା । ଯେଉଁ ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇନାହିଁ । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ମଧ୍ୟ ନିଜ ଟୁଇଟରେ ପକାଇଛନ୍ତି ସାଂସଦ ।

ପ୍ରକାଶ ପାଇଥିବା ଖବରରେ ଉଲ୍ଲେଖ ରହିଛି, ଯେ, ୨୦୧୫ ଜାନୁଆରୀରୁ ଆଜି ଯାଏଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତାମନ୍ତ୍ରୀ ୧୭ ଥର ଅଣ୍ଡାମାଡ଼ କରାଯାଇଛି । ତେବେ ୧୫ଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୮୯ ଜଣଙ୍କୁ ଗିରଫ କରାଯାଇଛି ।