ଆର୍ମିରୁ ଅବସରପ୍ରାପ୍ତ କୁକୁରଙ୍କୁ ଆଉ ହତ୍ୟା କରାଯିବ ନାହିଁ ! ଖୋଲିଲା ସ୍ୱତନ୍ତ୍ର ଓଲ୍ଡ ଏଜ ହୋମ୍, ମିଳିବ ସାହାରା ଓ ଭଲପାଇବା

116

ଆର୍ମି କୁକୁର ମାନେ ପାଇବେ ନୂଆ ଜୀବନ । ତାଙ୍କୁ ଖୁବ ସାରା ଭଲପାଇବା ଓ ଘର ମଧ୍ୟ ମିଳିବ । କାରଣ ଅବସର ନେଲା ପରେ ବି ଏବେ ଆଉ ସେନା ବାହନୀରେ ବ୍ୟବହୃତ ହେଉଥିବା କୁକୁରଙ୍କୁ ହତ୍ୟା କରାଯିବନାହିଁ । କାରଣ ସେନାରେ ବ୍ୟବହାର କରାଯାଉଥିବା କୁକୁରଙ୍କୁ ଅବସର ପରେ ଗୁଳି ମାରି ଦିଆଯାଏ । ଏବେ ଅବସର ପରେ ମଧ୍ୟ ସେନାର କୁକୁର ମାନଙ୍କୁ ନୂଆ ଜୀବନ ମିଳିବ । ନିକଟରେ ସରକାର ଆର୍ମି କୁୁକୁରଙ୍କ ପାଇଁ ସ୍ୱତନ୍ତ୍ର ବୃଦ୍ଧାଶ୍ରମ ଖୋଲିଛନ୍ତି । ଏକ ବର୍ଷ ପୂର୍ବରୁ ଅବସର ପରେ ଆର୍ମି କୁକୁର ମାନଙ୍କୁ ଗୁଳି ମାରି ହତ୍ୟା କରାଯାଉଥିଲା । ପ୍ରଥମରୁ ଆଘାତପ୍ରାପ୍ତ ଓ ଅବସରପ୍ରାପ୍ତ କୁକରକୁ ସହ ଏପରି କରାଯାଉଥିଲା । କିନ୍ତୁ ଏବେ ଆଉ ଏପରି ହେବ ନାହିଁ ।

ଜଣେ ଆର୍ମି ଅଧିକାରୀ କହିଛନ୍ତି, ସମସ୍ତ ଆର୍ମି କୁକରଙ୍କୁ ଅବସର ପରେ ମଧ୍ୟ ପୂର୍ବ ପରି ଭଲ ପାଇବା ମିଳିବ । ଏହାସହ ସେ କହିଛନ୍ତି, ଆମେ ଏହି କୁକରକୁ ନିଲାମୀ ଡ଼ାକିବା ପାଇଁ ମଧ୍ୟ ଚିନ୍ତା କରୁଛୁ । ଯେଉଁମାନେ ଏହି କୁକରଙ୍କ ସହ ଯୋଡ଼ି ହୋଇଥାଆନ୍ତି, ଯେପରି ଆର୍ମି ଅଧିକାରୀ ସେମାନେ ଏହି କୁକର ମାନଙ୍କୁୁ ପୋଷ୍ୟ କରିପାରିବେ । ଏହାସହ ସେ କହିଛନ୍ତି, ସବୁ କୁକୁରର ନିଲାମୀ ଡକାଯିବ ନାହିଁ । କାରଣ ଆତଙ୍କବାଦୀ ବିରୋଧୀ ଅପରେସନରେ ବ୍ୟବହୃତ ହେଉଥିବା କୁକର ବହୁତ ଆକ୍ରମାକ ଥାଆନ୍ତି ।

ସେମାନଙ୍କୁ ଘରେ ରହୁଥିବା ଛୁଆଙ୍କ ସହ ଏକାଠି ରଖାଯିବା ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଗତ ବର୍ଷ ଏହି କୁକୁର ମାନଙ୍କ ନିମେନ୍ତ ଏକ ଏନଜିଓ ତିଆରି କରିବା ପାଇଁ ବୋଲି ଦିଲ୍ଲୀ ହାଇକୋର୍ଟ ରକ୍ଷା ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ କିଛି ଦିନ ପୂର୍ବରୁ ଏହି କୁକୁରଙ୍କ ପାଇଁ ମିରଟର ବୋର ଡଗ ସ୍କଲରେ ବୃଦ୍ଧାଶ୍ରମ ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ ଆର୍ମିର କୁକୁର ସାଧାରଣତଃ ୭-୮ ବର୍ଷ ବୟସରେ ଅବସର ନିଅନ୍ତି । ଏବେ ଆର୍ମିରେ ୧ ହଜାରରୁ ଅଧିକ କୁକର ଅଛନ୍ତିି । ଆର୍ମି ଅଧିକାରୀ କହିଛନ୍ତି, ଏହି କୁକୁର ମାନଙ୍କୁ କେବଳ କିଛି ଜରୁରୀ ସ୍ଥିତିରେ ହତ୍ୟା କରାଯିବ, ଯେତେବେଳେ ତାଙ୍କ ପାଇଁ ମୃତ୍ୟୁ ଏକମାତ୍ର ସାହାରା ରହିବ ।

ଏକ ୱେବସାଇଟ୍ ଅନୁସାରେ ଆମେରିକା ଓ ବ୍ରିଟେନରେ ସେନାରେ ବ୍ୟବହୃତ ହେଉଥିବା କୁକର ମାନଙ୍କୁ ବୃଦ୍ଧାଶ୍ରମ କିମ୍ବା ଅବସରପ୍ରାପ୍ତ ମିଲଟାରୀ ଅଫିସରଙ୍କ ଦ୍ୱାରା ପୋଷ୍ୟ କରାଯାଏ । ୨୦୧୬ରେ ହୋଇଥିବା ପଠାନକୋଟ ଆକ୍ରମଣରେ ଭାଗ ନେଇଥିବା ରକିର ନାମ ନମଡ଼ୋଲ ପାଇଁ ସୁପାରିସ କରାଯାଇଥିଲା । ଏହାସହ ସେ କହିଛନ୍ତି, ବୀରତା ପୁରସ୍କାର ପ୍ରାପ୍ତ କୁକରକୁ ମାସକୁ ୧୫,୦୦୦ରୁ ୨୦୦୦୦ ଟଙ୍କା ପ୍ରତି ମାସ ଦିଆଯାଏ । ଉକ୍ତ ଟଙ୍କାକୁ ତାଙ୍କ ସ୍ୱାସ୍ଥ୍ୟ ଓ ଖାଇବା ଦିଗରେ ଖର୍ଚ୍ଚ କରାଯାଏ ।