ଓଡିଶାର ଉତପ୍ତ ସହର ବୌଦ୍ଧ । ୪୨ଡିଗ୍ରୀ ପାର ହେଲା ତାପମାତ୍ରା

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଜନଜୀବନ ଏବେ ତତଲା ଖରାରେ ସିଜୁଛି । କେଉଁଠି ୩୮ଡିଗ୍ରୀ ତ କେଉଁଠି ୪୦ ଡିଗ୍ରୀ । ଗତକାଲି ଭୁବନେଶ୍ୱର ଓ ବାରିପଦା ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଚିହ୍ନଟ ହୋଇଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି ବୈଦ୍ଧ ଜିଲ୍ଲା ।…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଫୁମିଓ କିଶିଦା । ନିର୍ବାଚନୀ ସଭାରେ ସ୍ମୋକର ବୋମାରେ ଆକ୍ରମଣ…

କନକ ବ୍ୟୁରୋ : ଶନିବାର ସକାଳ ସମୟ । ନିର୍ବାଚନ ଜନସଭାରେ ବ୍ୟସ୍ତ ଥାଆନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଟୋକିଓର ବାକାୟାମା ସହରରେ ଫୁମିଓ ଜନସଭା କରୁଥିବା ସମୟରେ ହଠାତ ଆତତାୟୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଅନୁସାରେ ପାଇପ ଆକାରରେ ଏକ ବସ୍ତୁରେ କିଛିି ବିସ୍ଫୋରକ…

କଡ଼ା ସୁରକ୍ଷା ବଳୟ ଭିତରେ ହତ୍ୟାକାରୀ ଅସଦ ଅହମଦକୁ ଦିଆଗଲା କବର । ପରିବାର ଲୋକଙ୍କୁ ଯିବା ପାଇଁ ମିଳିଲାନି ଅନୁମତି

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟ ଭିତରେ ଶେଷ ହୋଇଛି ଏନକାଉଁଟରରେ ମୃତ୍ୟୁବରଣ କରିଥିବା ଅସଦ ଅହମଦ ଅନ୍ତିମ ସଂସ୍କାର । ଉତରପ୍ରଦେଶ ଏଟିଏସ ଟିମ ଦ୍ୱାରା ଏନକାଉଁଟରର ଶିକାର ହୋଇଥିବା ଅସଦ ଅହମଦର ଅନ୍ତିମ ସଂସ୍କାରରେ ପ୍ରୟାଗରାଜରେ କରାଯାଇଛି । ଏହି ସମୟରେ ସାମ୍ଭାବ୍ୟ ଅପ୍ରୀତିକର ସ୍ଥିତିକୁ…

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା, ମୋତିହାରୀରେ ବିଷାକ୍ତ ମଦପିଇ ୨୨ ମୃତ

କନକ ବ୍ୟୁରୋ : ବିହାରରେ ପୁଣିଥରେ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୋତିହାରୀ ଜିଲ୍ଲାରେ ବିଷାକ୍ତ ମଦପିଇ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ରୁ ଅଧିକ ଲୋକ ଏବେ ମେଡିକାଲରେ ଚିକିତ୍ସିତ ଅଛନ୍ତି । ହେଲେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଏହି ମାମଲାରେ ମାତ୍ର ୬ଜଣଙ୍କର ମୃତ୍ୟୁ…

ସୁନା ଠାରୁ ମହଙ୍ଗା ଏହି ପ୍ରଜାତିର ଆଳୁ, ଜାଣନ୍ତୁ ଏହି ଆଳୁରେ କଣ ରହିଛି ବିଶେଷତ୍ୱ

କନକ ବ୍ୟୁରୋ : ଆଳୁକୁ ଆମେ ପରିବା ମଧ୍ୟରେ ରାଜା ବୋଲି କହିଥାଉ । କାରଣ ଅଧିକାଂଶ ତରକାରୀରେ ଆଳୁକୁ ହିଁ ବ୍ୟବହାର କରାଯାଇଥାଏ । ହେଲେ କେବେ ବି ଏହାକୁ ରାଜାଭଳି ସମ୍ମାନ ମିଳିନଥାଏ । ଏହାସହ ଆଳୁର ଦାମ କେବେ ବି ଏତେ ବୃଦ୍ଧି ହୋଇ ନଥାଏ ଯେ କେହି ଏହାକୁ ପରିବା ମଧ୍ୟରେ ରାଜା ବୋଲି ଭାବିବ ।…

ମେହୁଲ ଚୁକସୀଙ୍କ ସପକ୍ଷରେ ରାୟ ଶୁଣାଇଲେ ଏଣ୍ଟିଗୁଆ – ବାରବୁଡା କୋର୍ଟ, ରାୟ ଆଧାରରେ ମେହୁଲ ଚୁକସୀଙ୍କ ଭାରତ…

କନକ ବ୍ୟୁରୋ : ୧୩ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ମେହୁଲ ଚୁକସୀ ଏବେ ଆଇନଗତ ଲଢେଇରେ ବିଜୟୀ ହୋଇଛନ୍ତି । ଏଣ୍ଟିଗୁଆ ଓ ବାରବୁଡା କୋର୍ଟ ଶୁକ୍ରବାର ଦିନ ମେହୁଲ ଚୁକସୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ମେହୁଲ ଚୁକସୀଙ୍କୁ ଏବେ କେହି ବି ଏଣ୍ଟିଗୁଆ…