କଡ଼ା ସୁରକ୍ଷା ବଳୟ ଭିତରେ ହତ୍ୟାକାରୀ ଅସଦ ଅହମଦକୁ ଦିଆଗଲା କବର । ପରିବାର ଲୋକଙ୍କୁ ଯିବା ପାଇଁ ମିଳିଲାନି ଅନୁମତି

2,459

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟ ଭିତରେ ଶେଷ ହୋଇଛି ଏନକାଉଁଟରରେ ମୃତ୍ୟୁବରଣ କରିଥିବା ଅସଦ ଅହମଦ ଅନ୍ତିମ ସଂସ୍କାର । ଉତରପ୍ରଦେଶ ଏଟିଏସ ଟିମ ଦ୍ୱାରା ଏନକାଉଁଟରର ଶିକାର ହୋଇଥିବା ଅସଦ ଅହମଦର ଅନ୍ତିମ ସଂସ୍କାରରେ ପ୍ରୟାଗରାଜରେ କରାଯାଇଛି । ଏହି ସମୟରେ ସାମ୍ଭାବ୍ୟ ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ପ୍ରୟାଗରାଜ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଝାଂସୀରୁ ମୃତଶରୀର ଅଣାଯିବା ପରେ ପ୍ରୟାଗଜଗରାଜ କମସାରୀ କବର ସ୍ଥାନରେ ପୋତାଯାଇଥିଲା । ଅସଦର ବାପା, ମା ଓ ଭାଇ କାହାରିକଚୁ ସାମିଲ ହେବା ପାଇଁ ଅନୁମତି ନମିଳିବାରୁ ଅସଦର ଅଜା ଅନ୍ତିମ ସଂସ୍କାର କାର୍ଯ୍ୟ ନିଜେ କରିଥିଲେ । ନିକଟରେ ଅସଦ ଓ ତାର ସହଯୋଗୀ ଗୁଲାମକୁ ଏନକାଉଁଟର କରିିଥିଲା ଉତରପ୍ରଦେଶ ଏଟିଏସ ଓ ପ୍ରୟାଗରାଜ ପୁଲିସ ମିଳିତ ଟିମ୍ । ବହୁ ଚର୍ଚ୍ଚିତ ଏନକାଉଁଟରେ ପରେ ପ୍ରୟାଗରାଜରେ ବେଶ ଉତେଜନାପୂର୍ଣ୍ଣ ସ୍ଥିିତି ଜାରି ରହିଛି ।

ଉମେଶ ପାଲକୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରିଥିଲା ଅସଦ ଓ ଅନ୍ୟ ଜଣେ ସୁଟର ଗୁଲାମ । ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲା । ଏହା ପରଠୁ ଅସଦ ଓ ଗୁଲାମ ଫେରାର ଥିବାବେଳେ ଏମାନଙ୍କୁ ଧରିବା ପାଇଁ ଦିନ ରାତି ଏକ କରିଥିଲା ଉତରପ୍ରଦେଶ ପୁଲିସ । ଉତରପ୍ରଦେଶର ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ୩ଟି ସନ୍ତାନ ମଧ୍ୟରେ ଅସଦ ଥିଲା ସବୁଠୁ ସାନ । ଅସଦର କୌଣସି କ୍ରାଇମ ରେକର୍ଡ ନଥିଲା । ଉମେଶ ପାଲ ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ତା ନାଁରେ ମାମଲା ରୁଜୁ ହୋଇଥିଲା । ଅସଦ ଲକ୍ଷେ୍ନøର ସବୁଠୁ ବଡ ସ୍କୁଲରେ ପାଠ ପଡିଥିଲା । ଚଳିତ ବର୍ଷ ବେଶ ଭଲ ନମ୍ବର ରଖି ଦ୍ୱାଦଶ ଶେଣୀ ପାସ କରିଥିଲା । ପାଠପଡାରେ ବେଶ ଭଲ ଥିବା ଅସଦ, ବିଦେଶରେ ଆଇନ ପାଠ ପଢ଼ିବାକୁ ଚାହୁଁଥିଲା । କିନ୍ତୁ ପରିବାର କ୍ରାଇମ ରେକର୍ଡ ପାଇଁ ଅସଦକୁ ଭିସା ମିଳିନଥିଲା । ଅତିକ ଓ ଅନ୍ୟ ଦୁଇ ଭାଇ ଜେଲ ଯିବା ପରେ ଅସଦ ଅପରାଧ ଦୁନିଆରେ ବାଧ୍ୟ ହୋଇ ପାଦ ଦେଇଥିଲା ।

ଉମେଶ ପାଲ ହତ୍ୟାକାଣ୍ଡ ପରେ ଯୋଗୀ ସରକାର ଆକ୍ସନ ମୋଡକୁ ଆସିଥିଲେ । ଅପରାଧୀଙ୍କୁ ଚ୍ୟାଲେଂଜ ଦେଇ କହିଥିଲେ ଜଣ ଜଣ କରି ସମସ୍ତ ଗ୍ୟାଙ୍ଗଷ୍ଟରଙ୍କୁ ମାଟିରେ ମିଶାଇ ଦିଆଯିବ । କିଛି ଦିନ ନପୁରୁଣୁ କଥାକୁ ସତ କରି ଦେଖାଇଛନ୍ତି ଯୋଗୀ ସରକାର ।