ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଫୁମିଓ କିଶିଦା । ନିର୍ବାଚନୀ ସଭାରେ ସ୍ମୋକର ବୋମାରେ ଆକ୍ରମଣ କରି ଗିରଫ ହେଲା ଦୁବୁର୍ତ

111

କନକ ବ୍ୟୁରୋ : ଶନିବାର ସକାଳ ସମୟ । ନିର୍ବାଚନ ଜନସଭାରେ ବ୍ୟସ୍ତ ଥାଆନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଟୋକିଓର ବାକାୟାମା ସହରରେ ଫୁମିଓ ଜନସଭା କରୁଥିବା ସମୟରେ ହଠାତ ଆତତାୟୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଅନୁସାରେ ପାଇପ ଆକାରରେ ଏକ ବସ୍ତୁରେ କିଛିି ବିସ୍ଫୋରକ ସାମଗ୍ରୀ ଭର୍ତି କରି ଜଣେ ଦୁବୁର୍ତ ଆକ୍ରମଣ କରିଥିଲେ । ଏହାକୁ ସ୍ମୋକ ବୋମା ବୋଲି କୁହାଯାଉଛି । ବୋମା ଫିଙ୍ଗାଯିବା ପରେ ସ୍ଥାନୀୟ ଅଂଚଳ ଧୁଆଁମୟ ହେବା ସେହ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଭାଗ୍ୟବଶତ ଜାପାନ ପ୍ରଧାନମନ୍ତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚିଛନ୍ତି । ଘଟଣାସ୍ଥଳରେ ଦୁବୁର୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ଏବେ ପ୍ରଶ୍ନ ଉଠୁଛି

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ
• ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସତ୍ୱେ କିଭଳି ଅଘଟଣ ଘଟିଥିଲା?
• କଡ଼ା ସୁରକ୍ଷା ବଳୟ ଭେଦ କରି ଦୁବୁର୍ତ୍ତ କିଭଳି ବିସ୍ଫୋରକ ସାମଗ୍ରୀ ସହ ଜନସଭାରେ ପହଁଚିଲା?
• ଏହା ପଛରେ ଢିଲା ସୁରକ୍ଷା ବ୍ୟବସ୍ଥା ଦାୟୀ ନା ଫୁମିଓଙ୍କ କେହି ଜଣାଶୁଣା ବ୍ୟକ୍ତିଙ୍କ ହାତ ରହିଛି?

ଯଦି ନଜର ପକାଇବା ଏଭଳି ଘଟଣା ଜାପାନରେ ନୂଆ ନୁହେଁ । ୨୦୨୨ ଜୁଲାଇ ୮ ତାରିଖରେ ଜାପାନର ପୂର୍ବତନ ପ୍ରଧାନନ୍ତ୍ରୀ ସିଂଜୋ ଆବେଙ୍କ ଉପରେ ଗୁଳିମାଡ କରି ହତ୍ୟା କରିଥିଲା ଦୁବୁର୍ତ   । ଯେଉଁଭଳି ଅନ୍ଦାଜରେ ସିଂଜୋ ଆବେଙ୍କ ଉପରେ ଆକ୍ରମଣ କରି ତାଙ୍କର ହତ୍ୟା କରାଯାଇଥିଲା ଠିକ ସେହିଭଳି ଢଙ୍ଗରେ ଫୁମିଓ କିଶିଦାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଶାନ୍ତି ପ୍ରିୟ ଦେଶ ଜାପାନରେ ଏଭଳି ଘଟଣା ହେବା ପଛରେ କାରଣ କଣ? ରାଷ୍ଟ୍ରନେତାଙ୍କ ସୁରକ୍ଷାକୁ କେତେ ପ୍ରାଧାନ୍ୟ ଦିଆଯାଉଛି? ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ବରିଷ୍ଠ ନେତାଙ୍କ ପାଇଁ କଡ଼ା ପ୍ରୋଟୋକଲ କଣ ପାଇଁ କରାଯାଉନି?