ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା, ମୋତିହାରୀରେ ବିଷାକ୍ତ ମଦପିଇ ୨୨ ମୃତ

188

କନକ ବ୍ୟୁରୋ : ବିହାରରେ ପୁଣିଥରେ ବିଷାକ୍ତ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୋତିହାରୀ ଜିଲ୍ଲାରେ ବିଷାକ୍ତ ମଦପିଇ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୦ରୁ ଅଧିକ ଲୋକ ଏବେ ମେଡିକାଲରେ ଚିକିତ୍ସିତ ଅଛନ୍ତି । ହେଲେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଏହି ମାମଲାରେ ମାତ୍ର ୬ଜଣଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ହେଲେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏବେ ମୋତିହାରୀର ବିଭିନ୍ନ ଅଞ୍ଚଳରେ ୨୨ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ଏହି ମାମଲାରେ ପୋଲିସ ତରଫରୁ ଯାଂଚ ଆରମ୍ଭ ହୋଇଛି । ବିଷାକ୍ତ ମଦ ବିକ୍ରି କରିଥିବା ସନ୍ଦେହରେ ପୋଲିସ ୭ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି । ସୂଚନା ମୁତାବକ ମୋତିହାରୀର ତୁଷକøଲିଆ, ହରାସିଦ୍ଧ ଓ ପହାଡପୁର ଥାନା ଅଞ୍ଚଳରେ ଶୁକ୍ରବାର ଦିନ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଲୋକଙ୍କ କହିବା ମୁତାବକ ଏହି ୨ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ୍ୟପାନ କରିବା ଦ୍ୱାରା ହୋଇଥିଲା । ହେଲେ ପ୍ରଶାସନ ତରଫରୁ ଏମାନଙ୍କ ମୃତ୍ୟୁ ପାଇଁ ହଇଜାକୁ କାରଣ ଭାବେ ଦର୍ଶା ଯାଇଛି । ହେଲେ ଶନିବାର ଦି ସମାନ ଅଞ୍ଚଳରେ ପୁଣି ୨୨ଜଣଙ୍କର ମୃତ୍ୟୁ ହୋଇଛି  ।