ଓଡିଶାର ଉତପ୍ତ ସହର ବୌଦ୍ଧ । ୪୨ଡିଗ୍ରୀ ପାର ହେଲା ତାପମାତ୍ରା

484

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଜନଜୀବନ ଏବେ ତତଲା ଖରାରେ ସିଜୁଛି । କେଉଁଠି ୩୮ଡିଗ୍ରୀ ତ କେଉଁଠି ୪୦ ଡିଗ୍ରୀ । ଗତକାଲି ଭୁବନେଶ୍ୱର ଓ ବାରିପଦା ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଚିହ୍ନଟ ହୋଇଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି ବୈଦ୍ଧ ଜିଲ୍ଲା । ଏଠାରେ ଆଜି ଦିନର ତାପମାତ୍ର ୪୨.୫ ଡିଗ୍ରୀ ରହିଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିଭଳି ବଲାଙ୍ଗୀରବାସୀ ମଧ୍ୟ ଆଜି ତାତିରୁ ତ୍ରାହୀ ପାଇ ନାହାଁନ୍ତି । ବଲାଙ୍ଗୀରର ତାପମାତ୍ରା ୪୧.୭ଡିଗ୍ରୀ ରହିଛି । ଭୁବନେଶ୍ୱର ମଧ୍ୟ ୪୧.୭ ଡିଗ୍ରୀ ରହିଥିଲା । ରାଉରକେଲା ୪୧.୬, କଟକ ୪୧.୨ ଡିଗ୍ରୀ ରହିଥିଲା । ଏସବୁକୁ ମିଶାଇ ରାଜ୍ୟର ୨୨ ଟି ସହରରେ ଆଜିର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଗତକାଲି ଠାରୁ ଆଜି ଅନେକ ସହରରେ ତାପମାତ୍ରା କମ ରହିଛି ।