ଏଥର ବିଜେଡିର ନୂଆ ରଣନୀତି । ପ୍ରାର୍ଥୀ ତାଲିକାରେ ୧୧ ନୂଆ ମୁହଁ, ଅଧିକାଂଶ ବରିଷ୍ଠ ନେତାଙ୍କୁ ରିିପିଟ୍ କଲା ଦଳ ।

451

କନକ ବ୍ୟୁରୋ: ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୧୫ଟି ଆସନ ମଧ୍ୟରୁ ୧୧ ଆସନରେ ଦଳ ନୂଆ ମୁହଁ ଦେଇଥିବାବେଳେ ୪ ଆସନରେ ପ୍ରାର୍ଥୀ ରିପିଟ କରିଛି ।

କନ୍ଧମାଳ, ଜଗତସିଂହପୁର, କୋରାପୁଟ, ଯାଜପୁରରେ ପ୍ରାର୍ଥୀ ରିପିଟ ହୋଇଥିବାବେଳେ ଅନ୍ୟ ସବୁ ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ସମ୍ବଲପୁର ଆସନରେ ହାଇପ୍ରୋଫାଇଲ ଲଢେଇ ହେବ । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କଟକରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ବିଜେଡି ପ୍ରାର୍ଥୀ ହେବେ । ଏଠାରେ ବିଜେପି ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ପୁରୀରୁ ପିନାକୀ ମିଶ୍ର ଓ ଆସ୍କାରୁ ପ୍ରମିଳା ବିଷୋୟୀଙ୍କ ଟିକେଟ କଟିଛି । ତେବେ ବ୍ରହ୍ମପୁର,ବଲାଙ୍ଗୀର.ଭଦ୍ରକ,ବରଗଡ. ବାଲେଶ୍ୱର ଓ କେନ୍ଦୁଝର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଏବେ ଆସନ୍ତୁ ନଜର ପକାଇବା ପୁରା ତାଲିକା ଉପରେ ।

ଏବେ ଆସନ୍ତୁ ଦେଖିବା ଲୋକସଭାରେ ବିଜେଡିର ମହିଳା ଚେହେରା କିଏ କିଏ …..
ଯାଜପୁର: ଶର୍ମିଷ୍ଠା ସେଠୀ
ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
କୋରାପୁଟ:କୌଶଲ୍ୟା ହିକକା
ଆସ୍କା: ରଞ୍ଜିତା ସାହୁ

ବିଧାନସଭାରେ ବିଜେଡିର ମହିଳା ଚେହେରା କିଏ କିଏ?
୧. ଅନସୂୟା ମାଝି: ରାୟଗଡା
୨. ବିଜେପୁର: ରୀତା ସାହୁ
୩. ଅତାବିରା: ସେହ୍ନାଙ୍ଗିନୀ ଛୁରିଆ
୪. ବସ୍ତା: ସୁବାସିନୀ ଜେନା
୫. ବିଂଝାରପୁର: ପ୍ରମିଳା ମଲ୍ଲିକ
୬. ଯାଜପୁର: ସୁଜାତା ସାହୁ
୭. ଟିଟଲାଗଡ: ଟୁକୁନି ସାହୁ
୮. ନବରଙ୍ଗପୁର: କୌଶଲ୍ୟା ପ୍ରଧାନ
୯. ଭବାନୀପାଟଣା: ଲତିକା ନାୟକ
୧୦.କବିସୂର୍ଯ୍ୟନଗର: ଲତିକା ପ୍ରଧାନ
୧୧.ସୋରଡା: ସଂଘମିତ୍ରା ସ୍ୱାଇଁ
୧୨. ଉମରକୋଟ: ନବୀନା ନାୟକ

ଲୋକସଭାରେ ବିଜେଡିର ନୂଆ ଚେହେରା …..
ନବରଙ୍ଗପୁର: ପ୍ରଦୀପ ମାଝି
କଟକ : ସଂତୃପ୍ତ ମିଶ୍ର
ଢେଙ୍କାନାଳ: ଅବିନାଶ ସାମଲ
ଆସ୍କା: ରଞ୍ଜିତା ସାହୁ
କେନ୍ଦ୍ରାପଡା: ଅଂଶୁମାନ ମହାନ୍ତି
ଭୁବନେଶ୍ୱର: ମନ୍ମଥ ରାଉତରାୟ
ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ
ମୟୁରଭଞ୍ଜ: ସୁଦାମ ମାର୍ଣ୍ଡି
କଳାହାଣ୍ଡି: ଲମ୍ବୋଦର ନିଆଳ

ବିଧାନସଭା ପାଇଁ ବିଜେଡିର ନୂଆ ଚେହେରା …….
୧. ରାୟଗଡା: ଅନୁସୂୟା ମାଝି
୨. ବସ୍ତା: ସୁବାସିନୀ ଜେନା
୩. ଧାମନଗର: ସଞ୍ଜୟ ଦାସ
୪. ଯାଜପୁର : ସୁଜାତା ସାହୁ
୫. ଲୋଇସିଂହା: ନିହାର ସାହୁ
୬. ବଲାଙ୍ଗିର: କଳିକେଶ ସିଂହଦେଓ
୭. ଉମରକୋଟ: ନବୀନା ନାୟକ
୮. ଭବାନୀପାଟଣା: ଲତିକା ନାୟକ
୯. ପାଟକୁରା: ଅରବିନ୍ଦ ମହାପାତ୍ର
୧୦. ପୁରୀ: ସୁନୀଲ ମହାନ୍ତି
୧୧. ସୋରଡା: ସଂଘମିତ୍ରା ସ୍ୱାଇଁ
୧୨. ଦିଗପହଣ୍ଡି: ବିପ୍ଲବ ପାତ୍ର
୧୩. ଚିକିଟି: ସ୍ୱରୂପ ଦେବ