ଯାହା କହିଥିଲେ ଶାହା, ତାହା ରିପିଟ୍ କଲେ ନଡ୍ଡା । କେନ୍ଦ୍ରୀୟ ଯୋଜନାର ରିପୋର୍ଟ କାର୍ଡ ଦେଖାଇ ମାଗିଲେ ଭୋଟ୍ ।

31

କନକ ବ୍ୟୁରୋ: ମଧୁବାବୁଙ୍କୁ ମନେପକାଇ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ ମଧୁବାବୁ ଓଡ଼ିଶା ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଁ ବ୍ରହ୍ମପୁର ମାଟିରୁ ପ୍ରଣାମ କରୁଛି । ନିର୍ବାଚନୀ ସଭାରେ ମୁଁ ଉତ୍ସାହ ଦେଖୁଛି, ଉର୍ଜା ଦେଖୁଛି ଆଉ ଖୁସି ଦେଖିପାରୁଛି । ତେଣୁ ମୁଁ ଅନୁଭବ କରୁଛି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକଙ୍କୁ ଜିତାଇାବା ପାଇଁ ଆପଣମାନେ ସ୍ଥିର କରିସାରିଲେଣି ।

ମୋଦୀଙ୍କ ନେତୃତ୍ୱରେ ଭାରତ ଆଗକୁ ବଢୁଛି । ତେଣୁ ଓଡ଼ିଶାରେ ମଧ୍ୟ ଏଥର କମଳ ଫୁଟିବ । ୧୦ ବର୍ଷ ତଳେ ଲାଗୁଥିଲା ଦେଶରେ କିଛି ବଦଳିବ ନାହିଁ କିନ୍ତୁ ମୋଦି ସରକାର ଆସିବା ପରଠାରୁ ବିଶ୍ୱ କହୁଛି ଭାରତ ବଦଳୁଛି । ଏବେ ବିକଶିତ ଭାରତକୁ ନେଇ ଆମେ ବଢ଼ିଚାଲିବା । ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ ବିକଶିତ ଭାରତ ଓ ଏକ ନୂତନ ଓଡ଼ିଶା ପାଇଁ ନେତା ବାଛିବା ।

କରୋନା ବେଳେ ସବୁ କିଛି ଠପ୍ ପଡ଼ିଗଲା । ଭାରତର ଅର୍ଥନୀତି ୧୦ ବର୍ଷ ତଳେ ୧୧ ତମ ସ୍ଥାନରେ ଥିଲା ଏବେ ଭାରତ ୫ମ ସ୍ଥାନରେ ଅଛି । ଏହା କେବଳ ମୋଦି ସରକାର ସମ୍ଭବ କରିଛନ୍ତି । ଏଥର ମୋଦିଙ୍କୁ ଜିତାଇଲେ ବିଶ୍ୱର ତୃତୀୟ ଆର୍ଥିକ ଶକ୍ତିଶାଳୀ ଦେଶ ବନିଯିବ ଭାରତ ।