କେନ୍ଦ୍ରୀୟ ନେତାଙ୍କ ଗର୍ଜନରେ କମ୍ପିଲା ଓଡ଼ିଶା । ସାଲେପୁରରେ ମୋଦୀ ଓ ନବୀନଙ୍କୁ ରାହୁଲଙ୍କ କଟାକ୍ଷ, ବ୍ରହ୍ମପୁରରେ ବିଜେପିକୁ କ୍ଷମତାକୁ ଆଣିବାକୁ ଅପିଲ କଲେ ନଡ୍ଡା

66

କନକ ବ୍ୟୁରୋ : କେନ୍ଦ୍ରୀୟ ନେତାଙ୍କ ପ୍ରଚାରରେ କମ୍ପିଲା ଓଡି଼ଶା । ସାଲେପୁରରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ବ୍ରହ୍ମପୁରରେ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜେପି ନଡ୍ଡା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଅପିଲ କରିଛନ୍ତି ନଡ୍ଡା । ଅନ୍ୟପଟେ ରାହୁଲ ଗାନ୍ଧୀ ସାଲେପୁର ସମାବେଶରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଏବଂ ଉଭୟ ଲୋକସଭା ଓ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି କରିଛନ୍ତି ।

୨୦୨୪ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜେପି ନଡ୍ଡା ଓ ରାହୁଲ ଗାନ୍ଧୀ ପ୍ରଥମ ଗସ୍ତରେ ଆସି ରଣହୁଙ୍କାର ଦେବା ପରେ ଏହା ରାଜ୍ୟର ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । ଉଭୟ ବିଜେପି ଓ କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ଜୋଶ୍ ଭରି ଦେଇଛି । ଆଗକୁ ସରକାର ପରିବର୍ତନ ହେବାକୁ ଯାଉଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ ନେତା । ତେବେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପ୍ରଚାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।

ଜେପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଗାମି ଦିନରେ ପ୍ରଚାର ମଇଦାନ ଆହୁରି କମ୍ପିବ ବୋଲି କୁହାଯାଉଛି ।