ଆଇପିଏଲ ଇତିହାସରେ ସର୍ବୋଚ୍ଚ ସ୍କୋର । ୩୧ ରନରେ ବିଜୟୀ ହେଲା ସନରାଇଜର୍ସ ହାଇଦ୍ରାବାଦ ।

267

କନକ ବ୍ୟୁରୋ: ଆଇପିଏଲରେ ନୂଆ ରେକର୍ଡ କରିଛି ସନରାଇଜର୍ସ ହାଇଦ୍ରାବାଦ । ମୁମ୍ବାଇ ବିପକ୍ଷରେ ଆଇପିଏଲ ଇତିହାସର ସର୍ବାଧିକ ରନ ସଂଗ୍ରହ କରିବା ସହ ଐତିହାସିକ ବିଜୟ ହାଲ କରିଛି ଟିମ୍ । ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନରେ ପରାସ୍ତ କରିଛି ହାଇଦ୍ରାବାଦ ।

ପ୍ରଥମେ ବ୍ୟାଟି କରି ହାଇଦ୍ରାବାଦ ମାତ୍ର ୩ ୱିକେଟ ହରାଇ ୨୭୭ ରନ କରିଥିଲା । ହାଇଦ୍ରାବାଦ ପକ୍ଷରୁ ହେନେରିକ କ୍ଲାସେନ ୩୪ ବଲରୁ ଅପରାଜିତ ୮୦ ରନ, ଅଭିଷେକ ଶର୍ମା ୨୩ ବଲରୁ ୬୩ ରନ, ଟ୍ରେଭିସ ହେଡ ୨୪ ବଲରୁ ୬୨, ଆଡାମ ମାରକ୍ରମ ଅପରାଜିତ ୪୨ ରନ କରିଥିଲେ । ଜବାବରେ ବଡ଼ ଲକ୍ଷ୍ୟର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ ୨୪୬ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ବି ମୁମ୍ବାଇ ଲଗାତାର ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ।