କମେଡି କିଙ୍ଗ କପିଲ ଶର୍ମାଙ୍କ ନୂଆ ସିନେମା, ଫ୍ୟାମିଲି ମ୍ୟାନ ଚରିତ୍ରରେ ନଜର ଆସିବେ କପିଲ

136

କନକ ବ୍ୟୁରୋ : କମେଡ଼ି କିଙ୍ଗ କପିଲ ଶର୍ମା ବହୁ ସୋ’, ଫିଲ୍ମରେ ଦର୍ଶକଙ୍କୁ ହସାଉଥିବା ଦେଖିଥିବେ । ହେଲେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିଛି । ଯେଉଁଥିରେ କପିଲ ଏକ ଫ୍ୟାମିଲ ମ୍ୟାନ ଭାବେ ନଜର ଆସିଛନ୍ତି । ରିଲିଜ ହୋଇଛି ବର୍ତମାନର କପିଲ ଶର୍ମା ଅଭିନୀତ ଅପକମିଙ୍ଗ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର । ଯାହା ଏକ ସୁନ୍ଦର ଇମୋସନାଲ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । କପିଲ ଶର୍ମାଙ୍କୁ ଜଣେ ଫୁଡ଼ ଡେଲିବରି ବୟର ଭୂମିକାରେ ଦେଖିବାକୁ ମିଳିଛି ।

କପିଲଙ୍କ ବିପକ୍ଷରେ ଅଭିନେତ୍ରୀ ସାହାନା ଗୋସ୍ୱାମୀ ନଜର ଆସିଛନ୍ତି । କରୋନା ମହାମାରୀ ସମୟରେ ଜଣେ ଫୁଡ଼ ଡେଲିଭରୀ ବୟର କଷ୍ଟ , କିଛି ଅଧିକ ରୋଜଗାର କରିବା ଲକ୍ଷ୍ୟରେ ପରିବାରକୁ ସମୟ ଦେଇ ପାରୁ ନଥିବା ଜଣେ ଅସହାୟ ବାପାର କରୁଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ ଜ୍ୱିଗାଟୋ’ । ଫିଲ୍ମର ନିର୍ଦ୍ଦେଶନା ଭାର ନନ୍ଦିତା ଦାସ ତୁଲାଇଛନ୍ତି । ଆସନ୍ତା ମାର୍ଚ୍ଚ ୧୭ରେ ବଡ଼ ପରଦାରେ ରିଲିଜ ହେବ ଫିଲ୍ମ ‘ଜ୍ୱିଗାଟୋ’ । ତେବେ ଫିଲ୍ମରର ଟ୍ରେଲରଟି ରିଲିଜ ହେବାର ଖୁବ କମ ସମୟ ମଧ୍ୟରେ ଏହାକୁ ଖୁବ ପସନ୍ଦ କରିଛନ୍ତି ଫ୍ୟାନ୍ସ ।