ଖୁବ ଶିଘ୍ର ଦୂର ହେବ ଆମେଠି ସସପେନ୍ସ । ସିଇସିି ବୈଠକ ପରେ ଆଜି ପ୍ରାର୍ଥୀଙ୍କ ନାଁରେ ବାଜିବ ମୋହର, ତାଲିକାରେ ସବୁଠୁ ଆଗରେ ରାହୁଲ ଗାନ୍ଧୀ

108

କନକ ବ୍ୟୁରୋ : ଖୁବଶୀଘ୍ର ଆସିପାରେ କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା । ଉତରପ୍ରଦେଶର ଆମେଠି ପୁଣି ଲଢିପାରନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କୁ ଆମେଠିରୁ ଲଢିବାକୁ ସ୍ମୃତି ଇରାନି ଚ୍ୟାଲେଞ୍ଜ ଦେଇଥିବା ବେଳେ ଦଳ ରାହୁଲଙ୍କୁ ପୁଣି ସେଠାରେ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି । ୨୦୧୯ରେ ସ୍ମୃତିଙ୍କ ଠାରୁ ରାହୁଲ ହାରିଥିଲେ ମଧ୍ୟ ଏଥର ଆମେଠିରୁ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କାରଣ ଏଥର ଇଣ୍ଡିଆ ମେଂଟ ବିଶେଷକରି ସମାଜବାଦୀ ପାର୍ଟି ସହ ମିଶି ଉତରପ୍ରଦେଶରେ ପ୍ରାର୍ଥୀ ଦେଇଛି କଂଗ୍ରେସ । କେରଳର ୱାଇନାଡ ଆସନରୁ ରାହୁଲ ନାମାଙ୍କନ ଭରିଥିବା ବେଳେ ଦ୍ୱିତୀୟ ଆସନ ଭାବେ ଆମେଠିରୁ ଲଢିବେ ରାହୁଲ । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ଉତରପ୍ରଦେଶର ରାଇବରେଲି ଆସନରୁ ପ୍ରାର୍ଥୀ କରିପାରେ ଦଳ । ରାଇବରେଲି ସୋନିଆ ଗାନ୍ଧୀଙ୍କ ଆସନ ଥିଲା । କିନ୍ତୁ ସୋନିଆ ଏଥର ରାଜ୍ୟସଭାରୁ ସାଂସଦ ହୋଇଥିବାରୁ ତାଙ୍କ ଆସନରୁ ପ୍ରିୟାଙ୍କାଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେହିପରି ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦଳ ଏଥର ଟିକେଟ ଦେବ ବୋଲି କୁହାଯାଉଛି ।