ଆଉ ୮ ବିଧାନସଭା ଆସନରେ ଟିକେଟ୍ ଦେଲା ବିଜେପି । ସାଲେପୁରରୁ ଲଢ଼ିବେ ଅରିନ୍ଦମ ରାୟ, ବାଦ ବିବାଦ ସତ୍ୱେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କଲା ବିଜେପି

392

କନକ ବ୍ୟୁରୋ : କିଛି ଦିନର ଅଙ୍କକଷା ପରେ ୮ ବିଧାନସଭା ପାଇଁ ଟିକେଟ୍ ଦେଇଛି ବିଜେପି । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସାଲେପୁରରୁ ଅଭିନେତା ଅରିନ୍ଦମ ରୟଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ । ସେତିକି ନୁହେଁ ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ବାଦ ବିବାଦ ସତ୍ୱେ ପ୍ରଶାନ୍ତ ଜଗଦେବକୁ ଟିକେଟ ଦେଇଛି ବିଜେପି । ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ହଙ୍ଗାମା କରିଥିଲେ କାଳୁ ଖଣ୍ଡାୟତରାୟ । କିନ୍ତୁ ପ୍ରଶାନ୍ତ ଜଗଦେବଙ୍କ ଉପରେ ଭରସା ଦେଖାଇଛି ଦଳ ।

ଖୋର୍ଦ୍ଧା ଆସନରେ ବିଜେଡି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସୋନାଲି ସାହୁଙ୍କୁ ଟିକେଟ୍ ଦେଇଛି ।

ଏପଟେ ସାଲେପୁର ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଟକ୍କର ଦେବେ ଅରିନ୍ଦମ ରୟ । ଏପଟେ କଂଗ୍ରେସ ଆକ୍ୟୁବ ଉଜାମନ ଖାନଙ୍କୁ ପ୍ରାର୍ଥୀ କରିଛି ।
ଆଜି ବିଜେପି ଘୋଷଣା କରିଥିବା ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି

ତେଲକୋଇରୁ ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ ଓ କେନ୍ଦ୍ରାପଡ଼ାରୁ ଗୀତାଂଜଳି ସେଠୀ ।

ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଚମ୍ପୁଆ ବିଧାନସଭା ଲଢ଼େଇ ପାଇଁ ମଇଦାନ ପ୍ରସ୍ତୁତ ହୋଇଯାଇଛି । ବିଜେଡିର ସନାତମ ମହାକୁଡ଼ଙ୍କୁ ଟକ୍କର ଦେବାକୁ ବିଜେପି ମୁରଲୀ ମନୋହର ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଯଶୋବନ୍ତ ଲାଗୁରୀଙ୍କୁ ଟିକେଟ ଦେଇଛି ।

ସେହିପରି କେନ୍ଦ୍ରାପଡ଼ା ବିଧାନସଭା ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଯାଇଛି । ବିଜେଡିର ଗଶେଶ୍ୱର ବେହେରା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଗୀତାଂଜଳି ସେଠୀ ଓ କଂଗ୍ରେସ ସିପ୍ରା ମଲ୍ଲିକଙ୍କୁ ମଇଦାନକୁ ଓହ୍ଲାଇଛି ।