ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।

68

ହୁକୋଉ ଜଳପ୍ରପାତ ବା ହଳଦିଆ ଜଳପ୍ରପାତ: ଚାଇନାର ହୁକୋଉ  ଜଳପ୍ରପାତ ହେଉଛି ବିଶ୍ୱର ସବୁଠାରୁ ବଡ ହଳଦିଆ ଜଳପ୍ରପାତ ।  ଗୁଇଜୋ ପ୍ରଦେଶର ହୁଆଙ୍ଗଗୁଶୁ ଜଳପ୍ରପାତ ପରେ ଏହା ଚାଇନାରେ ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ ଅଟେ । ପ୍ରବଳ ଥଣ୍ଡା ହେତୁ ଏହି ଜଳପ୍ରପାତର ପାଣି ସବୁ ବରଫ ପାଲଟି ଯାଇଛି । -୧୦  ଡିଗ୍ରୀ ତାପମାତ୍ରାର ସମ୍ମୁଖୀନ ହେଉଥିବା ଏହି ଜଳପ୍ରପାତ ବର୍ତ୍ତମାନ ସମ୍ପୂର୍ଣ୍ଣ ଧଳା ହୋଇଯାଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି । ଏଥର ପ୍ରବଳ ଥଣ୍ଡା ହେତୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି ।

ଚୀନରେ ଅଛି ଏହି ହଳଦିଆ ଜଳପ୍ରପାତ

ହୁକୋଉ ଜଳପ୍ରପାତ ହେଉଛି ଦୁନିଆର ସବୁଠାରୁ ଅସାଧାରଣ ଜଳପ୍ରପାତ । ହୁକୋଉ ଜଳପ୍ରପାତକୁ ବିଭିନ୍ନ ସ୍ଥାନରୁ ଦେଖିଲେ ଆପଣ କୌଣସି ବଡ଼ ପାର୍ଥକ୍ୟ ପାଇବେନାହିଁ । ଆପଣ ଶାନସି ପାର୍ଶ୍ୱରୁ କିମ୍ବା ସଁନସି ପାର୍ଶ୍ୱରୁ ଦେଖନ୍ତୁ ଆପଣ ହଳଦିଆ ଜଳପ୍ରପାତ  କୂଳରେ ଠିଆ ହେବାବେଳେ ଉପରୁ ପଡୁଥିବା ଏହାର ପାଣି ଏବଂ ଢେଉର ଗର୍ଜନରେ ଆପଣ ଚକିତ ହୋଇଯିବେ ।

ଝରଣାର ଉତ୍ପତି କେଉଁଠୁ ?

ହଳଦିଆ ନଦୀ କିଘଇ ପ୍ରଦେଶର ଏହାର ମୁଖ୍ୟ ସ୍ରୋତ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । ଏହା ଯେଉଁ ଉତ୍ତର-ପଶ୍ଚିମ ଲୋସ୍ ମାଳଭୂମି ଦେଇ ଯାଇଛି ତାହାର ଇତିହାସ ବହୁତ ପୁରୁଣା । କିନ୍-ଜିନ୍ ଘାଟ କ୍ରସିଂ ୫୦୦୦ ବର୍ଷର ଇତିହାସ ଏବଂ ସଭ୍ୟତା ବହନ କରେ । ଏହା ହୁକୋ ଗାଁ ଆଡକୁ ପ୍ରବାହିତ ହେଉଥିବାବେଳେ ନଦୀର ମାର୍ଗ ଦ୍ରୁତ ଗତିରେ ୫୦୦ ମିଟରରୁ ମାତ୍ର ୫୦ ମିଟରକୁ କମିଯାଏ ।

ଦେଖିବାକୁ ମିଳେ ଅଜବ ଅଜବ ଦୃଶ୍ୟ

ଏହାର ଯାଦୁକରୀ ଆକର୍ଷଣ ସହିତ ହୁକୋ ଜଳପ୍ରପାତ ଆମକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସବୁ ଦେଖିବାକୁ ମିଳେ । ଏଥିପାଇଁ  ହୁକୋଉ ଜଳପ୍ରପାତକୁ ଅଷ୍ଟମ ଆଶ୍ଚର୍ଯ୍ୟ ମଧ୍ୟ କୁହାଯାଏ ।  ଯେଉଁଥିରେ ନଦୀରୁ ଧୂଆଁ, ଭୂମିରେ ଡଙ୍ଗା, ଇନ୍ଦ୍ରଧନୁ ସହିତ ଖେଳୁଥିବା ଜଳ, ଉଡ଼ୁଥିବା ପର୍ବତ ଏବଂ ଛିଡା ହୋଇଥିବା ସମୁଦ୍ର ପରି ଦୃଶ୍ୟର ମାୟାଜାଲ ଦେଖାଯାଏ ।

କେମିତି ହଳଦିଆ ହେଲା ଝରଣାର ରଙ୍ଗ ?

ବର୍ତ୍ତମାନ ଆପଣ ଭାବୁଥିବେ ହୁକୋଉ ଜଳପ୍ରପାତର ରଙ୍ଗ କେମିତ ହଳଦିଆ ହେଲା  ? ବାସ୍ତବରେ ହଳଦିଆ ନଦୀ ହେତୁ ଏହି ଜଳପ୍ରପାତ ବିଦ୍ୟମାନ । ହଳଦିଆ ନଦୀର ରଙ୍ଗ ହଳଦିଆ ବାଲି ଯୋଗୁଁ ହୋଇଥାଏ, ତେଣୁ ଏହି ଜଳପ୍ରପାତର ରଙ୍ଗ ହଳଦିଆ ଦେଖାଯାଏ ।  ଏହି ଜଳପ୍ରପାତ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ପାଖକୁ ଯାଇ ଏହାର  ଗର୍ଜନ ଶୁଣିବା ପରେ ଲୋକମାନେ ଭୟଭୀତ ହେଇଯାଆନ୍ତି ।

ହୁକୋଉ ଯାଏ ପହଞ୍ଚିବା ବହୁତ କଷ୍ଟକର ଥିଲା ।

ଲୋସ୍ ମାଳଭୂମିର ଭିତର ଭାଗରେ ଦୁର୍ଗମ ରାସ୍ତା ଯୋହେତୁ ହୁକୋଉକୁ ଯିବା ଏକଦା ବହୁତ କଷ୍ଟସାଧ୍ୟ ଥିଲା । ସ୍ଥାନୀୟ ସରକାର ପରିବହନ ଏବଂ ପର୍ଯ୍ୟଟନ ସୁବିଧା ବ୍ୟବସ୍ଥା ସୁଦୃଢ  କରିବା ପରେ ୧୯୯୪ ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦,୦୦୦ ରୁ ବୃଦ୍ଧି ପାଇ ୧୯୯୫ରେ ୪୭,୦୦୦ ହେଇଥିଲା । ଏହାପରେ , ଏହି ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି ।

କେଉଁଠୁ ବାହାରିଛି ହଳଦିଆ ନଦୀ ?ୟାଙ୍ଗଜେ ନଦୀ ପରେ ହଳଦିଆ ନଦୀ ହେଉଛି ଚାଇନାର ଦ୍ୱିତୀୟ ଦୀର୍ଘତମ ନଦୀ । ଏହାର ଲମ୍ବ ପ୍ରାୟ ୫୪୬୪ କିଲୋମିଟର ।  ଏହା ହେଉଛି ବିଶ୍ୱର ଷଷ୍ଠ ଲମ୍ବା ନଦୀ ପ୍ରଣାଳୀ । ୧୫,୦୦୦ ଫୁଟ (୪୬୦୦ମିଟର) ରୁ ଅଧିକ ଉଚ୍ଚତାରେ ବାୟାନ ପର୍ବତରେ ଉତ୍ପନ୍ନ ହୋଇ ଏହା ବୋହାଇ ସାଗର ଆଡକୁ ପ୍ରବାହିତ ହୋଇଛି ।  ହଳଦିଆ ନଦୀ ଅବବାହିକା ପ୍ରାଚୀନ ଚୀନ୍ ସଭ୍ୟତାର ଜନ୍ମସ୍ଥାନ ଥିଲା ।