ସର୍ବସାଧାରଣଙ୍କ ପାଇଁ ଖୋଲିଲା ବିଶ୍ୱର ସର୍ବବୃହତ୍ କାଚ ପୋଲ ! ଚୀନର ଶିଜିୟାଝୁଆଙ୍ଗ୍ ସହରରେ ଅବସ୍ଥିତ ଏହି ପୋଲ

30

କନକ ବ୍ୟୁରୋ : ସର୍ବସାଧାରଣଙ୍କ ପାଇଁ ଖୋଲିଲା ବିଶ୍ୱର ସର୍ବବୃହତ୍ କାଚ ପୋଲ । ଚୀନର ଶିଜିୟାଝୁଆଙ୍ଗ୍ ସହରରେ ଥିବା ଏହି ଲମ୍ବା ଓ ଉଚ୍ଚା କାଚ ପୋଲ ରବିବାର ସମସ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ବିଶ୍ୱର ସବୁଠୁ ଲମ୍ବା ଓ ଉଚ୍ଚ କାଚ ପୋଲ କୁହାଯାଉଥିବା ଏହି ପୋଲର ଲମ୍ବ ୪୮୮ ମିଟର ଓ ଚଉଡା ୨ ମିଟର । ଭୂମି ଉପରୁ ୨୧୮ ମିଟର ଉଚ୍ଚରେ ରହିଥିବା ଏହି କାଚ ପୋଲଟି ଦୁଇଟି ପାହାଡ ମଝିରେ ଝୁଲନ୍ତା ଅବସ୍ଥାରେ ରହିଛି । ପୋଲର ଦୁଇ ପାଖରେ ରହିଛି ଦୁଇଟି ବିଶାଳ ଡ୍ରାଗନର ପ୍ରତିକୃତି । ଏହି ପୋଲର ନିର୍ମାଣ ପାଇଁ ବ୍ୟବହୃତ ହୋଇଛି ୧ ହଜାର ୭୭ଟି ସ୍ୱଚ୍ଛ କାଚ । ଏହି କାଚ ଗୁଡିକର ମୋଟେଇ ୪ ସେଂଟିମିଟର ହୋଇଥିବା ବେଳେ ପୋଲରେ ଲାଗିଥିବା ସବୁତକ କାଚର ଓଜନ ହେଉଛି ୭୦ ହଜାର କିଲୋଗ୍ରାମ୍ । ୨ ହଜାର ଲୋକଙ୍କ ଓଜନ ସମ୍ଭାଳିବାକୁ କାଚପୋଲର କ୍ଷମତା ଥିବା ବେଳେ ଏଥିରେ ଏକା ଥରକେ ୫ ଶହ ଲୋକ ଯାଇପାରିବେ ।