ସ୍ମାର୍ଟସିଟିରେ ଷ୍ଟ୍ରିଟ୍ ଲାଇଟ୍ ରଖିବ ସନ୍ଧିଗ୍ଧ ଗତିବିଧି ଉପରେ ନଜର ! ନାଗରିକଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ଯୋଜନା

35

ସ୍ମାର୍ଟସିଟି ଯୋଜନାରେ ସାମିଲ ହୋଇଥିବା ସହରରେ ଷ୍ଟ୍ରିଟ୍ ଲାଇଟ୍ କେବଳ ସଡ଼କକୁ ଆଲୋକିତ କରିବନି, ସନ୍ଦିଗ୍ଧ ଗତିବିଧ ଉପରେ ମଧ୍ୟ ରଖିବ ନଜର । ଏହାସହ ପୋଲିସକୁ ଏନେଇ ଖବର କରିବ । ଏହା ବ୍ୟତୀତ ଷ୍ଟ୍ରିଟ୍ ଲାଇଟର ଖମ୍ବ ପାଣିବାଗ ଅନୁସାରେ ସମୟ ବିଷୟରେ ସୂଚନା ମଧ୍ୟ ଦେବ । ସ୍ମାର୍ଟସିଟି ଗୁଡ଼ିକରେ ନାଗରିକଙ୍କ ସୁରକ୍ଷା, ସୁବିଧାକୁ ନଜରରେ ରଖି ସରକାର କୃତ୍ରିମ ବୁଦ୍ଧିମତାକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ।

street-lights-in-smart-cityଏଥିପାଇଁ ବିଜୁଳି ଖମ୍ବକୁ କେବଳ ଅନ୍ଧାର ରାସ୍ତାକୁ ଆଲୋକିତ କରିବା ପରିବର୍ତ୍ତେ ଏଆଇ ସପ୍ଟୱେର ମାଧ୍ୟମରେ ବହୁସୁବିଧା ଯୋଗାଇବା ପ୍ରସ୍ତାବକୁ କେନ୍ଦ୍ରୀୟ ଆବାସ ଓ ସହରୀ ବିକାଶ ମନ୍ତ୍ରାଳୟ ମଞ୍ଜୁର କରିଛନ୍ତି । ନିକଟରେ ସହରୀ ମିଶନରେ ଆୟାଜିତ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟଶାଳାରେ ଏନେଇ ହୋଇଥିଲା ଆଲୋଚନା । ଏହି ଯୋଜନା ଗୁଡ଼ିିକୁ ସତ କରିବା ପାଇଁ ଏକ କମ୍ପାନୀ ବ୍ରାଜିଲର ଏକ କମ୍ପାନୀ ପୋଲସେକ ଦ୍ୱାରା କୃତ୍ରିମ ବୁଦ୍ଧିମତାଯୁକ୍ତ ଏଲଇଡ଼ି ଲାଇଟ୍ ତିଆରି ହୋଇଛି । ଆମ ଦେଶରେ ମଧ୍ୟ ଏଲଇଡ଼ି ଲାଇଟ୍ ସହ କୃତ୍ରିମ ବୁଦ୍ଧିମତାକୁ କିପରି ସଂଯୋଗ କରଯିବ ସେନେଇ ର୍କମଶ।।ଳ ହୋଇଥିଲା, ଯାହାକୁ ସମସ୍ତ ରାଜ୍ୟ ପସନ୍ଦ କରିଛନ୍ତି । ଆଉ ନିଜ ନିଜ ରାଝ୍ୟରେ ଏପରି ବ୍ୟବସ୍ଥା କରିବା ପାଇଁ ଆଗଭର ମଧ୍ୟ ହୋଇଛନ୍ତି ।

କର୍ମଶାଳାରେ ଏହାର ଗୁରୁତ୍ୱ ଆଲୋଚନା କରି ପୋଲସେକର ଜଣେ ପ୍ରତିନିଧି କହିଛନ୍ତି ଏଲଇଡ଼ି ଲାଇଟକୁ ମୋବାଇଲ ଆପ୍ ଆଧାରିତ ଏକ କୃତ୍ରିମ ଇଣ୍ଟିଲିଜେନ୍ସ ସପ୍ଟୱେୟ ମାଧ୍ୟମରେ ପ୍ରତ୍ୟେକ ଷ୍ଟ୍ରିଟ୍ ଲାଇଟର ସହ ଯୋଡ଼ାଯିବ । ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟର ଏକ ଆଇଡ଼ି କୋଡ଼୍ ରହିବ । ଯାହା ସହରର କେନ୍ଦ୍ରୀୟ ପୋଲିସ୍ ନିୟନ୍ତ୍ରଣ କକ୍ଷ ସହ ସଂଯୋଗରେ ରହିବ । ଷ୍ଟ୍ରିଟ୍ ଲାଇଟରେ ରହିବ ଏକ ଗୁପ୍ତ କ୍ୟାମେରା । ଯାହା ଉକ୍ତ ଅଂଚଳକୁ ନଜରରେ ରଖିବ ଓ ସନ୍ଧିଗ୍ଧ ଗତିବିଧ ବିଷୟରେ ପୋଲିସକୁ ସୂଚନା ଦେବ । ଏହା ବ୍ୟତୀତ ନିଖୋଜ ବ୍ୟକ୍ତି ଓ ଅପରାଧୀଙ୍କ ଫଟୋକୁ ଏଆଇ ସପ୍ଟୱେର ମାଧ୍ୟମରେ ଅପଲୋଡ଼୍ କରି ଷ୍ଟ୍ରିଟ୍ ଲାଇଟର କ୍ୟାମେରା ସହ ସଂଯୁକ୍ତ କରାଯିବ । ଯଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିିବା ପାଇଁ ପୋଲିସୁ ସୁବିଧା ହେବ ।