ବଜାରରେ କାହିଁକି ମିଳୁନି ୨ହଜାର ଟଙ୍କିଆ ନୋଟ ? କେବେ ଛପାଯିବ ନୂଆ ନୋଟ

142

କନକ ବ୍ୟୁରୋ : ଆପଣଙ୍କ ମନେ ଥିବ ୨୦୧୬ରେ ବିମୁଦ୍ରୀକରଣ ସମୟରେ ସରକାର ୨ ଟଙ୍କାର ନୋଟ୍ ବଜାରକୁ ଛାଡିଥିଲେ । କିନ୍ତୁ ଏବେ ଆଉ ଦୁଇହଜାର ଟଙ୍କାର ନୋଟ ମିଳୁନାହିଁ । ଆପଣ ଟିକିଏ ମନେପକାନ୍ତୁ ଦୁଇହଜାର ଟଙ୍କା ଆପଣ କେବେ ଦେଖିଥିଲେ । ବଜାରକୁ କେବେ ଏହି ଟଙ୍କା ଧରି ଯାଇଥିଲେ । ଏବେ ବଜାରରେ ଆଉ ଦୁଇହଜାର ଟଙ୍କା ଦେଖିବାକୁ ମିଳୁନାହିଁ । ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ୫ ଶହ ଟଙ୍କା ଓ ହଜାର ଟଙ୍କିଆକୁ ବନ୍ଦ କରାଯାଇ ନୂଆ ୫୦୦ ଟଙ୍କା ଓ ୨ ହଜାର ଟଙ୍କା ବଜାରକୁ ଆସିଥିଲା । ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା, ନୂଆ ୨୦୦୦ ଟଙ୍କା ଅନେକ ସମସ୍ୟାର ସମାଧାନ କରିଦେବ । ଅନ୍ୟ ନୋଟର ଆବଶ୍ୟକ ପଡିବ ନାହିଁ । ଆରବିଆଇ ରିପୋର୍ଟକୁ ଆଧାର କରି ବଜାରରେ ୨ ହଜାର ଟଙ୍କା ନମିଳିବା ନେଇ ଏକ ରିପୋର୍ଟ ଦେଇଛି ।

-ଆର୍ଥିକ ବର୍ଷ ୨୦୧୯-୨୦, ୨୦-୨୧ ଓ ୨୧-୨୨ରେ ଏହି ଟଙ୍କା ଆଦୌ ଛପାଯାଇନାହିଁ
-ଏହି କାରଣରୁ ବଜାରରେ ୨ ହଜାର ଟଙ୍କାର ସର୍କୁଲେନସ କମ ରହିଛି
-ବର୍ତମାନ ୨ ହଜାର ଟଙ୍କାକୁ ବନ୍ଦ କରାଯାଇନାହିଁ
-କେବଳ ଟଙ୍କା ଛପାଯିବା କାମ ବନ୍ଦ ରହିଛି
-୨୦୧୭-୧୮ ମସିହାରେ ୨ ହଜାର ଟଙ୍କାର ଅଧିକ ସର୍କୁଲେସନ ହୋଇଥିଲା
-୨୦୧୭ରେ ସର୍କୁଲେସନ ହୋଇଥିବା ମୋଟ ଟଙ୍କାରୁ ୨୦୦୦ ଟଙ୍କାର ଅଂଶ ଥିଲା ୫୦ ପ୍ରତିଶତ
-୨୦୨୨ରେ ଏହା ମାତ୍ର ୧୩.୮ ପ୍ରତିଶତ ରହିଛି
-୨୦୧୭-୧୮ରେ ବଜାରରେ ସବୁଠାରୁ ଅଧିକ ୩୩ ହଜାର ୬୩୦ ଲକ୍ଷ ନୋଟ୍ ଉପଲବ୍ଧ ଥିଲା
-ଏହାର ମୂଲ୍ୟ ହେଉଛି ୬ ଦଶମିକ ୭୨ ଲକ୍ଷ କୋଟି
-ନୂଆ ନୋଟ କେବେ ଛପାଯିବ ସେ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଯେତେବେଳେ ୨ହଜାର ଟଙ୍କା ନୋଟ ବଜାରକୁ ଆସିଥିଲା ଏହାକୁ ନେଇ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲ ଲୋକମାନଙ୍କୁ ଅଳ୍ପବହୁତ ହଇରାଣ ହେବାକୁ ପଡିଛି । ଖୁଚରା ପଇସା ପାଇଁ ବିଶେଷ କରି ଲୋକଙ୍କୁ କେବେ କେମିତି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କିନ୍ତୁ ବଜାର ଚାହିଦାକୁ ଦୃଷ୍ଟିରେ ରଖି ବେଶୀ ଦିନ ଧରି ଏହି ନୋଟର ଚଳିପାରିନି । ଆଗକୁ ଏହାକୁ ନେଇ ସରକାର ବା ଆରବିଆଇ କଣ ନିଷ୍ପତି ରହୁଛି ଜଣାପଡିବ ।