ଚୀନ ଲଂଚ କଲା କାର୍ଗୋ ସ୍ପେଶ ଏୟାରକ୍ରାପ୍ଟ । ମହାକାଶଚାରୀଙ୍କ ନିକଟକୁ ପଠାଇପାରିବ ଅତ୍ୟାବଶକୀୟ ସାମଗ୍ରୀ

183

କନକ ବ୍ୟୁରୋ : ଇତିହାସ ରଚିଲା ଚୀନ । ମହାକାଶରେ ଶକ୍ତି ବୃଦ୍ଧି କରୁଛି ଦେଶ । କାରଣ ଚୀନ ଏବେ ଲଂଚ କରିଛି କାର୍ଗୋ ସ୍ପେଶ ଏୟାରକ୍ରାପ୍ଟ । ଶନିବାର ସକାଳେ ତିଆନଜୁ-ଫାଇଭ ନାମକ ମାଲବାହୀ ମହାକାଶଯାନକୁ ଲଙ୍ଗ ମ।।ର୍ଚ୍ଚ ୭ ନାମକ ରକେଠ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହା ଦକ୍ଷିଣ ଚୀନ ହେନାନ ପ୍ରଦେଶର ୱେନଚାଙ୍ଗ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ଏହା ଆଶାନରୂପଭାବେ ନିଜର କକ୍ଷପଥରେ ସ୍ଥାପିତ ହୋଇଛି ବୋଲି ଚୀନ ମାନଡ୍ ସ୍ପେଷ ଏଜେନ୍ସ କହିଛି ।ଏହି ରକେଟ ସାହାର୍ଯ୍ୟରେ ବର୍ତମାନ ମହାକାଶରେ ଥିବା ମହାକାଶଚାରୀଙ୍କ ପାଖକୁ ଅତ୍ୟାବଶକୀୟ ସାମଗ୍ରୀ ଓ ଉପହାର ପଠାଯାଇଥିବା ଜଣାପଡିଛି । ବିଶେଷ କରି ସ୍ପେଶ ଷ୍ଟେସନ ଗୁଡିକରେ ସାମଗ୍ରୀ ପଠାଯିବା ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯିବ । ପୂର୍ବରୁ ମହାକାଶରେ ଏକ ମହାକାଶ କେନ୍ଦ୍ରରେ ଥିବାବେଳେ ଏକ ଚୀନ ଆଉ ଏକ ମହାକାଶ କେନ୍ଦ୍ର ତିଆନଗଙ୍ଗ ଚାଲିଛି । ଚଳିତବର୍ଷ ସୁଦ୍ଧାର ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ।