ବିଜେପି ଟିକେଟ କାଟିବା ପରେ ଭାବବିହ୍ୱଳ ହୋଇ ପିଲଭିତ୍ ବାସୀଙ୍କ ଉର୍ଦ୍ଦେଶ୍ୟରେ ଚିଠି ଲେଖିଲେ ବରୁଣ ଗାନ୍ଧୀ । ଜାଣନ୍ତୁ ଚିଠିରେ କ’ଣ ଲେଖିଛନ୍ତି

1,023

କନକ ବ୍ୟୁରୋ : ଗାନ୍ଧୀ ପରିବାରର ଅନ୍ୟତମ ଚର୍ଚ୍ଚିତ ଚେହେରା ବରୁଣ ଗାନ୍ଧୀ । ଗୁରୁବାର ପିଲିଭିତ୍ ବାସୀଙ୍କୁ ଏକ ଚିଠି ଲେଖିଛନ୍ତି । ଏକ୍ସରେ ପୋଷ୍ଟ କରାଯାଇଥିବା ଚିଠିରେ ସେ ଲେଖିଛନ୍ତି, “ଯେତେ ଟଂକା ଖର୍ଚ୍ଚ ହେଉ ନା କାହିଁକି, ମୁଁ ଆପଣମାନଙ୍କ ସେବା ଜାରି ରଖିବି’ । ବିଜେପି ଏଥର ବରୁଣ ଗାନ୍ଧିଙ୍କୁ ପିଲିଭିତରୁ ଟିକେଟ ଦେଇନାହିଁ । ଦଳ ତାଙ୍କ ସ୍ଥାନରେ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି । ପ୍ରଥମ ପର୍ୟ୍ୟାୟରେ ପିଲିଭିତ୍ ରେ ମତଦାନ ହେବ । ଏପ୍ରିଲ ୧୯ରେ ମତଦାନ ହେବ । ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ଏହି ପ୍ରକ୍ରିୟା ଶେଷ ହେବା ପରେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ବରୁଣ ଗାନ୍ଧୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ପିଲିଭିତରୁ ନିର୍ବାଚନ ଲଢ଼ିବେ ନାହିଁ । ବିଜେପି ଟିକେଟ କାଟିବା ପରେ ବରୁଣ ଗାନ୍ଧୀଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା    । ନିଜ ଛୋଟ ବେଳର ମୁହୂର୍ତକୁ ଚିଠିରେ ଲେଖି ଭାବବିହୋଳ ହୋଇଛନ୍ତି ବରୁଣ । ବରୁଣ ଗାନ୍ଧୀ ଅତ୍ୟନ୍ତ ଭାବପ୍ରବଣ ଢଙ୍ଗରେ ଚିଠି ଆରମ୍ଭ କରି ଲେଖିଛନ୍ତି, ଯେ ସେ ୩ ବର୍ଷର ହୋଇଥିବା ତାଙ୍କ ମାଙ୍କ ସହ ସାଙ୍ଗରେ ଆସିଥିଲେ । କିନ୍ତୁ ସେ କେବେ ଭାବିନଥିଲେ ଯେ ଏହା ତାଙ୍କ କର୍ମସ୍ଥଳ ପାଲଟିବ । ତେବେ ସେ ଯାହା ହେଉନା କାହିଁକି ସାଂସଦ ନହେଲେ ମଧ୍ୟ ପିଲବିତବାସିଙ୍କ ସହ ରହିବେ ଏବଂ ସେବା କରିବେ ବୋଲି କହିଛନ୍ତି ।

ବରୁଣ ଗାନ୍ଧୀ ୨୦୦୯ରେ ପ୍ରଥମ ଥର ପାଇଁ ପିଲିଭିତରୁ ନିର୍ବାଚନ ଲଢ଼ିଥିଲେ । ପୂର୍ବରୁ ସେ ଏହି ଆସନରେ ମା’ ମେନକା ଗାନ୍ଧୀଙ୍କ ପାଇଁ ପ୍ରଚାର କରୁଥିଲେ । ୨୦୧୪ରେ ସୁଲତାନପୁରରୁ ବିଜେପି ପ୍ରାର୍ଥୀ କରିଥିଲା କିନ୍ତୁ ୨୦୧୯ ନିର୍ବାଚନରେ ସେ ପିଲିଭିତକୁ ଫେରି ସାଂସଦ ହୋଇଥିଲେ । ଏଥର ମଧ୍ୟ ସେ ସେହି ଆସନରୁ ଟିକେଟ ଆଶା କରୁଥିଲେ । କିନ୍ତୁ ଦଳୀୟ ହାଇକମାଣ୍ଡ ତାଙ୍କ ଟିକେଟ କାଟି ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରିଛନ୍ତି । ୨୦୧୭ ୟୁୁପି ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଯେଉଁ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେସରେ ଥିଲେ ତାଙ୍କ ମଧ୍ୟରେ ବରୁଣ ଗାନ୍ଧୀ ଅନ୍ୟତମ । କିନ୍ତୁ ଦଳ ଭିତରେ ବିଭିନ୍ନ ସମୟରେ ଶୀର୍ଷ ନେତୃତ୍ୱକୁ ସମାଲୋଚନା କରି କୋଣଠେସା ହୋଇଯାଇଛନ୍ତି ବରୁଣ ଗାନ୍ଧୀ ।

ଅନ୍ୟପଟେ କଂଗ୍ରେସର ପ୍ରମୁଖ ନେତା ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ହେଲେ ବରୁଣ ଦଳ ବଦଳ କରିବା ନେଇ କୌଣସି ସୂଚନା ଦେଇନାହାନ୍ତି ।