ଶିବସେନାରେ ଯୋଗଦେଲେ ଅଭିନେତା ଗୋବିନ୍ଦା ।  ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ହୋଇଥିଲେ ନିର୍ବାଚିତ

177

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ବଲିଉଡର ଜଣାଶୁଣା ଅଭିନେତା ଶିବସେନାରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୋବିନ୍ଦା ଶିବସେନା ଟିକେଟରେ ନିର୍ବାଚନ ଲଢିବେ । ସେ ଉତ୍ତର-ପଶ୍ଚିମ ମୁମ୍ବାଇ ଆସନରୁ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ପ୍ରାର୍ଥୀ ଅମୋଲ କିର୍ତିକରଙ୍କ ବିରୋଧରେ ପ୍ରାର୍ଥୀ ହୋଇପାରନ୍ତି । ୨୦୦୪ ଲୋକସଭା ନିର୍ବାଚନରେ ଗୋବିନ୍ଦା କଂଗ୍ରେସ ଟିକେଟରେ ମୁମ୍ବାଇ ଉତ୍ତର ଲୋକସଭା ନିର୍ବାଚନ ଲଢ଼ିଥିଲେ । ସେ ବରିଷ୍ଠ ବିଜେପି ନେତା ରାମ ନାଏକଙ୍କୁ ପରାସ୍ତ କରିଥିଲେ । ଏହାପରେ ଗୋବିନ୍ଦା ୨୦୦୯ ଲୋକସଭା ନିର୍ବାଚନରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ପରେ କଂଗ୍ରେସ ଦଳ ଓ ରାଜନୀତିରୁ ଅଲଗା ହୋଇଯାଇଥିଲେ । ମହାରାଷ୍ଟ୍ରର ୪୮ଟି ଆସନ ପାଇଁ ଏପ୍ରିଲ ୧୯ରୁ ମେ ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଜୁନ୍ ୪ରେ ଭୋଟ୍ ଗଣତି ହେବ ।